Breaking NewsFeaturedଜାତୀୟଜୀବନଶୈଳୀ

ଭଉଣୀର ମୃତ୍ୟୁକୁ ସହିପାରିଲା ନାହିଁ ଭାଇ, ଡେଇଁ ପଡ଼ିଲା ଜୁଇକୁ 

ମୋବାଇଲ୍ ନ୍ୟୁଜ୍‌ ବ୍ୟୁରୋ: ଭାଇ ଭଉଣୀର ସମ୍ପର୍କ ଦୁନିଆର ସବୁ ସମ୍ପର୍କଠାରୁ ନିଆରା । ଦୁଇ ଜଣ ପରଷ୍ପରର ଛାଇ ଭଳି ସବୁବେଳେ ରହିଥାନ୍ତି । ପାଖରେ ଥିଲେ ଝଗଡ଼ା ମାର୍‌ପିଟ୍ , ଆଉ କେହି ଘଡ଼ିଏ ପାଇଁ ଦୂରେଇଗଲେ ଆଉ ଜଣେ ଝୁରିହୁଏ । ସ୍ନେହଁ , ଶ୍ରଦ୍ଧା ଆଉ କର୍ତ୍ତବ୍ୟର ଡୋରରେ ବନ୍ଧା ଏହି ପବିତ୍ର ବନ୍ଧନ । ଭାଇଭଉଣୀଙ୍କର ସମ୍ପର୍କକୁ ନେଇ କେତେ ଗୀତ, ଫିଲ୍ମ ଆଉ ଗପ ମଧ୍ୟ ରହିଛି । କିନ୍ତୁ ବେଳେ ବେଳେ ବାସ୍ତବ ଜୀବନରେ ଆମେ ଏମତି ଭାଇଭଉଣୀଙ୍କୁ ଦେଖିଥାଉ ସେମାନଙ୍କ କାହାଣୀ ସବୁଠାରୁ ଭିନ୍ନ ହୋଇଥାଏ । ବର୍ତ୍ତମାନ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜସ୍ଥାନର ଭିଲୱାଡ଼ାରୁ । ନିଜ ଭଉଣୀର ମୃତ୍ରୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲା ଭାଇ ଯାହାଫଳରେ ସେ ନେଇଥିଲା ଚରମ ନିଷ୍ପତ୍ତି ।

ବାଗୋର ପୋଲିସ୍ ଷ୍ଟେସନ୍ ପରିସରରେ ଥିବା ମାନକିଆ ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ରହୁଥିବା ଏକ ପରିବାରର ଝିଅ ମୀନାଙ୍କର କୌଣସି କାରଣରୁ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ପରିବାର ଲୋକେ ତାର ଶେଷକୃତ୍ୟ ସମ୍ପନ୍ନ ପାଇଁ ଶ୍ମଶାନରେ ପହଞ୍ଚିଥିଲେ । ରିତିନୀତି ଅନୁସାରେ ଶବଦାହା କରାଯାଇଥିଲା । ଏହାପରେ ସମସ୍ତେ ସେଠାରୁ ଟିକେ ଦୂରେଇ ଛିଡ଼ା ହୋଇଥିଲେ । ଏବଂ ପରଷ୍ପରକୁ ସାନ୍ତ୍ୱନା ଦେଉଥିଲେ । ଏତିକି ବେଳେ ସେଠାରେ ଉପସ୍ଥିତ ଥିବା ମୀନାର ଭାଇ ସୁଖଦେବ ମଧ୍ୟ ସେଠାରେ ଉପସ୍ଥିତ ଥିଲା । ସେ ସମସ୍ତଙ୍କ କଥା ଶୁଣୁଥିଲା । ତେବେ ହଠାତ୍ ନିଜକୁ ସମ୍ଭାଳି ନପାରି ଭଉଣୀର ଚିତାକୁ ଡ଼େଇଁ ପଡ଼ିଥିଲା । ତେବେ ବହୁ କଷ୍ଟରେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ଚିତାରୁ ବାହାରକରି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ତାଙ୍କର ଚିକିତ୍ସା ଜାରି ରହିଥିବାବେଳେ ଶରୀରର ଶତପ୍ରତିଶତ ପୋଡ଼ିଯାଇଛି । ତାଙ୍କ ସ୍ଥିତି ଗମ୍ଭୀର ଥିବା ଡ଼ାକ୍ତର ସୂଚନା ଦେଇଛନ୍ତି । ସୁଖଦେବ ତାଙ୍କ ଭଉଣୀକୁ ନିଜ ଜୀବନଠୁ ଅଧିକ ଭଲପାଉଥିଲେ ତେଣୁ ତାର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁ ନଥିଲେ । ନିଜର ଦୁଃଖକୁ ସମ୍ଭାଳି ନପାରି ସେ ଭଉଣୀ ସାଙ୍ଗରେ ଜୀବନ ହାରିବାକୁ ନିଷ୍ପତ୍ତି ନେଇ ଯାଇଥିଲେ । ତେବେ ଏଥିରୁ ସହଜରେ ଅନୁମାନ କରାଯାଇପାରେ ଭାଇ ଭଉଣୀର ସମ୍ପର୍କ କେତେ ନିବିଡ଼ ।

Related Articles

Back to top button
WP Twitter Auto Publish Powered By : XYZScripts.com