ଅନ୍ୟାନ୍ୟ

ଭାରତରେ ନିର୍ମାଣ ହେଲା ବିଶ୍ୱର ସର୍ବବୃହତ ରେଳ ପ୍ଲାଟଫର୍ମ, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପାଇଲା ସ୍ଥାନ

ଭୁବନେଶ୍ୱର, ୧୪/ ୦୩/ ୨୦୨୩ –   ଭାରତୀୟ ରେଳ ବିଶ୍ୱର ସବୁଠାରୁ ବଡ ରେଳ ନେଟୱାର୍କ ମଧ୍ୟରୁ ଅନ୍ୟତମ । ପୂର୍ବରୁ ଭାରତୀୟ ରେଳ ନାମରେ ଅନେକ ବିଶ୍ୱ ରେକର୍ଡ ପଞ୍ଜୀକୃତ ହୋଇଛି । ଏହି କ୍ରମରେ ବର୍ତ୍ତମାନ ଆଉ ଏକ ନୂତନ ରେକର୍ଡ ଭାରତୀୟ ରେଳ ନାମରେ ଯୋଡ଼ା ହୋଇଛି ।

କର୍ଣ୍ଣାଟକର ହବଲି ଶ୍ରୀ ସିଦ୍ଧାରୁଧା ସ୍ୱାମୀଜୀ ରେଳ ଷ୍ଟେସନରେ ବିଶ୍ୱର ସର୍ବବୃହତ ରେଳ ପ୍ଲାଟଫର୍ମ ନିର୍ମାଣ କରାଯାଇଛି। ଏହି ରେଳ ପ୍ଲାଟଫର୍ମର ଲମ୍ବ ୧୫୦୭ ମିଟର। ଏହି ରେଳ ପ୍ଲାଟଫର୍ମର ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ମଧ୍ୟ ରେକର୍ଡ କରାଯାଇଛି । ଏହାକୁ ତିଆରି କରିବାରେ ମୋଟ ୨୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

କର୍ଣ୍ଣାଟକର ଶ୍ରୀ ସିଦ୍ଧାରୁ ସ୍ୱାମୀଜୀ ରେଳ ଷ୍ଟେସନରେ ନିର୍ମିତ ବିଶ୍ୱର ସର୍ବବୃହତ ରେଳ ପ୍ଲାଟଫର୍ମ ଉତ୍ତରପ୍ରଦେଶର ଗୋରଖପୁର ଜଙ୍କସନରେ ନିର୍ମିତ ପ୍ଲାଟଫର୍ମକୁ ଛାଡି ଦେଇଛି। ବାସ୍ତବରେ, ପୂର୍ବରୁ ଉତ୍ତରପ୍ରଦେଶର ଗୋରଖପୁର ଜଙ୍କସନରେ ବିଶ୍ୱର ସର୍ବବୃହତ ରେଳ ପ୍ଲାଟଫର୍ମ ନାମରେ ଥିଲା । ଏହାର ଲମ୍ବ ୧୩୬୬ .୩୩ ମିଟର ରହିଛି। ତୃତୀୟ ନମ୍ବରରେ କେରଳର କୋଲାମ ଜଙ୍କସନ ଠାରେ ନିର୍ମିତ ରେଳ ପ୍ଲାଟଫର୍ମ ଅଛି ।

ଭାରତୀୟ ରେଳର ଏହି ନୂତନ ବିଶ୍ୱ ରେକର୍ଡ ବିଷୟରେ ଦେଶ ତଥା ବିଶ୍ୱକୁ ସୂଚନା ଦେଇ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ନବ ଟ୍ୱିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ରେଳ ପ୍ଲାଟଫର୍ମକୁ ଦେଶ ପାଇଁ ଉତ୍ସର୍ଗ କରୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com