Featuredଜାତୀୟଜୀବନଶୈଳୀମନୋରଞ୍ଜନ

ଆଶା ଥିଲା ଅଭିନେତ୍ରୀ ହେବେ, କିନ୍ତୁ ଗଙ୍ଗାରୁ ପାଲଟିଗଲେ ବାରାଙ୍ଗନା… ଜାଣନ୍ତୁ ପୂରା କାହାଣୀ

Ganga hoping to become an actress, but turned out to Gangubai... know the full story

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: କୁହାଯାଏ ଆତ୍ମବିଶ୍ୱାସ ସବୁକିଛିକୁ ସମ୍ଭବ କରିଦିଏ । ପରିସ୍ଥିତି ଯେତେ ପ୍ରତିକୂଳ ଥିଲେ ବି ଯଦି ନିଜ ଭିତରେ ଦୃଢ଼ ଆତ୍ମବିଶ୍ୱାସ ରହିଛି ତେବେ ଆପଣ କିଛି ବି କରିଯିବେ । ସେହିଭଳି ଜଣେ ସାହସୀ ମହିଳାଙ୍କ ଜୀବନର ପ୍ରକୃତ କାହାଣୀ ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ତେବେ ସେ ହେଉଛନ୍ତି ଗଙ୍ଗୁବାଇ କାଠିଆୱାଡ଼ି । ଭାରତର ଇତିହାସରେ ଏପରି ବହୁ ମହିୟସୀ ମହିଳା ରହିଛନ୍ତି ଯେଉଁମାନେ ସିନେମା, ରାଜନୀତି କି କ୍ରୀଡ଼ାକ୍ଷେତ୍ରରେ ସୀମିତ ନୁହଁନ୍ତି ବରଂ ସମାଜ ସେବା ସହ ଅବହେଳିତଙ୍କ ଉନ୍ନତି ପାଇଁ ବହୁତ କାମ କରିଛନ୍ତି । ଯେଉଁଥି ପାଇଁ ସେମାନେ ଆଜି ସାରା ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । କିନ୍ତୁ ଲୋକମାନେ ସେମାନଙ୍କ ବାସ୍ତବ ଜୀବନ କାହାଣୀ ବିଷୟରେ ଖୁବ୍ କମ୍ ଜାଣିଥାନ୍ତି । ଆଉ ଗଙ୍ଗୁବାଇ ଏହିପରି ଜଣେ ମହିଳା । ନିଜର ସ୍ୱପ୍ନ ପୂରଣ କରିବା ପାଇଁ ଯାଇ ସବୁକିଛି ହରାଇଥିଲେ । ଏମିତିକି ମାତ୍ର ୫୦୦ ଟଙ୍କାରେ ମଧ୍ୟ ତାଙ୍କୁ ବିକ୍ରି କରିଦିଆଯାଇଥିଲା । ଏସବୁ ପରେ ବି ସେ ହାର୍ ମାନି ନଥିଲେ ଯାହା ପରେ ସେ ମାଫିଆ କୁଇନ୍ ନାମରେ ପରିଚିତ ହୋଇଥିଲେ ।

ଏଥି ସହିତ ସଞ୍ଜୟଲୀଲା ଭନଶାଲୀ ତାଙ୍କ ଜୀବନୀ ଉପରେ ଏକ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି । ଯାହା ବହୁ ସଫଳତା ମଧ୍ୟ ହାସଲ କରିଛି । ତେବେ କାହାଣୀର ଆରମ୍ଭ ହେଉଛି ୧୯୩୯ରୁ । ଯେତେବେଳେ ଗଙ୍ଗା ହରଜୀବନଦାସଙ୍କ ଜନ୍ମ ଗୁଜରାଟର କାଠିଆୱାଡ଼ରେ ହୋଇଥିଲା । ଗଙ୍ଗୁବାଇ ଏମିତି ଏକ ପରିବାରରେ ଜନ୍ମ ହୋଇଥିଲେ ଯେଉଁଠାରେ ଟଙ୍କା ପଇସାର କୌଣସି ଅଭାବ ନଥିଲା । ସେଥି ପାଇଁ ତାଙ୍କ ପିତାମାତା ଚାହୁଁଥିଲେ କି ଗଙ୍ଗୁବାଇ ଏକ ଭଲ ସ୍କୁଲରେ ପଢନ୍ତୁ । କିନ୍ତୁ ଗଙ୍ଗୁବାଇଙ୍କ ସ୍ୱପ୍ନ ଥିଲା କିଛି ଅଲଗା । ସେ ଛୋଟବେଳୁ ଫିଲ୍ମ ଲାଇନ୍‌ରେ ଯିବାକୁ ଚାହୁଁଥିଲେ । ଯେଉଁଥି ପାଇଁ ସେ ପଢା ଛାଡ଼ି ସାରା ଦିନ ଟିଭି ଆଗରେ ବସି ରୁହନ୍ତି । ଯେତେବେଳେ ଗଙ୍ଗୁବାଇଙ୍କୁ ୧୬ ବର୍ଷ ହୋଇଯାଇଥିଲା ସେତେବେଳେ ତାଙ୍କ ଘରକୁ ଆକାଉଣ୍ଟସ୍‌ର କାମ ଶିଖିବାକୁ ରମଣିକ୍ ଲାଲ ନାମକ ଜଣେ ଯୁବକ ଆସିଥିଲେ । ତେବେ ରମଣିକ୍ ଲାଲ ଗୁଜରାଟ ଆସିବା ପୂର୍ବରୁ ମୁମ୍ବାଇରେ ରହୁଥିଲେ । ଫଳରେ ଗଙ୍ଗୁବାଇ ରମଣିକ୍ ଲାଲଙ୍କ ସହ ଘଣ୍ଟା ଘଣ୍ଟା ଧରି ଫିଲ୍ମ ଦୁନିଆଁ ବିଷୟରେ କଥା ହେଉଥିଲେ । ଏହା ଭିତରେ ଉଭୟଙ୍କ ମଧ୍ୟରେ ବନ୍ଧୁୁତା ବଢି ପ୍ରେମରେ ପହଞ୍ଚିଯାଇଥିଲା । କିନ୍ତୁ ଗଙ୍ଗୁବାଇଙ୍କ ପିତା ଏହି ସମ୍ପର୍କକୁ ଗ୍ରହଣ କରୁନଥିଲେ । ଯାହା ଫଳରେ ଉଭୟ ରମଣିକ୍ ଏବଂ ଗଙ୍ଗା ଘରୁ ପଳାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଉ ୧୬ ବର୍ଷର ଚପଳଛନ୍ଦା ଗଙ୍ଗା ନିଜର କିଛି କପଡ଼ା ଆଉ ମା’ଙ୍କ ଗହଣା ନେଇ ରମଣିକ୍ ଙ୍କ ସହ ମୁମ୍ବାଇ ଚାଲି ଆସିଥିଲେ । ଏହିଠାରୁ ଆରମ୍ଭ ହେଉଛି ଗଙ୍ଗା ହରଜୀବନ ଦାସ କାଠିଆୱାଡ଼ିଙ୍କର ଗଙ୍ଗୁବାଇ ହେବାର କାହାଣୀ । ମୁମ୍ବାଇ ଆସିବାପରେ ଗଙ୍ଗାଙ୍କ ସ୍ୱାମୀ ରମଣିକ ତାଙ୍କୁ ମାତ୍ର ୫୦୦ ଟଙ୍କାରେ ମୁମ୍ବାଇର ଏକ କୋଠିରେ ବିକ୍ରି କରିଦେଇଥିଲେ । ଆଉ ଏହାପରେ ସେ ଏକ ଟ୍ୟାକ୍ସିରେ ଗଙ୍ଗାକୁ ବସାଇ ଦେଇ କହିଥିଲେ ଯେପର୍ଯ୍ୟନ୍ତ ରହିବା ପାଇଁ ଘର ଠିକ୍ ନହୋଇଛି ସେପର୍ଯ୍ୟନ୍ତ ତୁମେ ମାଉସୀଙ୍କ ଘରକୁ ଚାଲିଯାଅ । ଏପଟେ ଗଙ୍ଗାଙ୍କୁ ଖବର ବି ନଥିଲା କି ତାଙ୍କ ସ୍ୱାମୀ ମାତ୍ର ୫୦୦ରେ ତାଙ୍କୁ ବିକ୍ରି କରିଦେଇଛନ୍ତି । ସେପଟେ ଟ୍ୟାକ୍ସିଟି ମାଉସୀଙ୍କ ଘରକୁ ଯିବା ପରିବର୍ତ୍ତେ ମୁମ୍ବାଇର ଜଣାଶୁଣା ରେଡ଼୍‌ଲାଇଟ୍ ଏରିଆ କମାଠିଁପୁରାରେ ପହଞ୍ଚିଥିଲା । ଏବେ କିନ୍ତୁ ଗଙ୍ଗାକୁ ସବୁ ବୁଝା ପଡ଼ିଥିଲା । ସେ ଖୁବ୍ ପାଟି କରିବା ପରେ ନିଜକୁ ବୁଝାଇଦେଇଥିଲେ ଏବଂ ସେଠାରେ ବେଶ୍ୟାବୃତ୍ତି କରିବା ଆରମ୍ଭ କରିଦେଇଥିଲା । ଏହାପରେ ଗଙ୍ଗୁବାଇଙ୍କ ସୁନ୍ଦରତା ପାଇଁ ବହୁ ଦୂରରୁ ଲୋକମାନେ ତାଙ୍କ ପାଖକୁ ଆସିବାକୁ ଲାଗିଲେ । ଏହାପରେ ସକତ୍ ଖାନ୍ ନାମକ ଜଣେ ଲୋକ ମଧ୍ୟ ଗଙ୍ଗୁବାଇଙ୍କ ପାଖକୁ ଆସିଥିଲେ । ତେବେ ସେ ଗଙ୍ଗୁବାଇଙ୍କ ସହିତ ପଶୁ ଭଳି ବ୍ୟବହାର କରିଥିଲା । ଆଉ ପଇସା ନଦେଇ ଚାଲିଗଲା । ତେବେ ଏଥିରେ ଚୁପ୍ ରହିଥିହେଲ ଗଙ୍ଗୁବାଇ । ତେବେ ପୁଣି ଥରେ ସକତ୍ ଖାନ୍ ଗଙ୍ଗୁବାଇଙ୍କ ପାଖକୁ ଆସିôଲା ଆଉ ଏଥର ଏଭଳି ପଶୁଙ୍କ ଭଳି ବ୍ୟବହାର କରିଥିଲା ଯାହା ଫଳରେ ଗଙ୍ଗୁବାଇଙ୍କୁ ହସ୍ପିଟାଲରେ ଆଡ଼ମିଟ୍ କରିବାକୁ ପଡ଼ିଥିଲା । ଏହାପରେ ଗଙ୍ଗୁବାଇ ସାହାସର ସହିତ ଉଚିତ୍ ଜବାବ୍ ଦେବାକୁ ସ୍ଥିତର କରିଲେ । ଏହାପରେ ଯେତେବେଳେ ଗଙ୍ଗୁବାଇ ସକତ ଖାନ୍ ବିଷୟରେ ପତା ଲଗାଇଲେ ସେ ଜାଣିବାକୁ ପାଇଲେ ଯେ ସକତ ଖାନ୍ ସେ ସମୟର ଜଣାଶୁଣା ଡ଼ନ୍ କରିମ୍ ଲାଲାର ଲୋକ ଥିଲା । ଏଥିପାଇଁ ସେ କାହା ସହିତ ବି ଜୋର୍‌ଜବରଦସ୍ତି କରେ । ତେବେ ଏସବୁ ଜଣାଇବା ପାଇଁ ଗଙ୍ଗୁବାଇ ଡ଼ନ୍ର ଘରେ ପହଞ୍ଚି ଯାଇଥିଲେ । ତେବେ ଘରେ ବେସ୍ୟାକୁ ଦେଖି ଡ଼ନ୍‌ର ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଗଙ୍ଗୁବାଇଙ୍କୁ ସେମାନେ ଏକ ଅଲଗା ସ୍ଥାନରେ ବସାଇ ଚା ଏବଂ ଜଳଖିଆ ଦେଇଥିଲେ କିନ୍ତୁ ଗଙ୍ଗୁବାଇଙ୍କୁ ସମାଜଠାରୁ ଅଲଗା ବସାଇଥିବାରୁ ସେ କୌଣସି ଜିନିଷକୁ ଛୁଇଁ ନଥିଲେ । ଯେତେବେଳେ କରିମ୍ ଲାଲା ପହଞ୍ଚି ଦେଖିଲେ ଯେ ଗଙ୍ଗୁବାଇ କୌଣସି ଜିନିଷକୁ ଛୁଇଁ ନାହାନ୍ତି , ସେ ଗଙ୍ଗୁ ବାଇଙ୍କୁ କିଛି ଖାଇବାକୁ କହିଥିଲେ । ଗଙ୍ଗୁ ବାଇ କହିଥିଲେ ଯଦି ମୁଁ ଆପଣଙ୍କ ଘରେ ପାଦ ରଖିଲେ ଆପଣଙ୍କ ଘର ଅପବିତ୍ର ହୋଇଯାଉଛି ସେହିପରି ମୁଁ ଆପଣଙ୍କ କୌଣସି ପାତ୍ରକୁ ଛୁଇଁଲେ ସେସବୁ ବି ଅପବିତ୍ର ହୋଇଯିବ । ଏହାପରେ ଗଙ୍ଗୁବାଇ ସକତ ଖାନ୍‌ଙ୍କ ବିଷୟରେ ସବୁ କିଛି କମରିମ୍‌ଙ୍କୁ କହିଥିଲେ । ସବୁଶୁଣିବା ପରେ କରିମ୍ ସକତ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଥିଲେ । ଏଥି ସହିତ ଏକଥା ମଧ୍ୟ କହିଥିଲେ ଯେ ଯଦି ଏପରି ବ୍ୟବହାର କେହି ବି ତୁମ ସହ କରେ ତେବେ ମୋତେ ଜଣାଇବ ମୁଁ ତା କଥା ବୁଝିବି । ଆଉ ଏହି କଥା ଶୁଣି ଗଙ୍ଗୁବାଇ କାନ୍ଦି କାନ୍ଦି ନିଜ ବ୍ୟାଗରୁ ଏକ ସୂତା ବାହାର କରି କରିମ୍‌ଙ୍କ ହାତରେ ବାନ୍ଧିଦେଲେ । ଆଉ କହିଲେ ଆଜି ପର୍ଯ୍ୟନ୍ତ କେହି ମୋତେ ଏତେ ନିଜର ଭଳି ସୁରକ୍ଷିତ ରଖିବା କଥା କହିନଥିଲେ । ତେଣୁ ଆଜିଠାରୁ ଆପଣ ମୋର ଭାଇ । ଏହି କଥା ଯେତେବେଳେ ଚାରିଆଡ଼େ ପ୍ରଚାର ହୋଇଗଲା ସେତେବେଳ ପୂରା କମାଠିପୁରାରେ ଗଙ୍ଗୁବାଇଙ୍କ ଚର୍ଚ୍ଚା ହେବାକୁ ଲାଗିଲା । ଲୋକ ମାନେ ଜାଣି ଗଲେ ଯେ ଗଙ୍ଗୁବାଇଙ୍କୁ ହଇରାଣ କରିବା ଅର୍ଥ ହେଉଛି ସିଧା ମୁମ୍ବାଇର ଡ଼ନ୍‌ଙ୍କ ସହ ପଙ୍ଗା ନେବା । ପରେ ପରେ ଗଙ୍ଗୁବାଇ ମୁମ୍ବାଇର ରେଡ଼ଲାଇଟ୍ ଏରିଆରୁ ଇଲେକ୍ସନ ଲଢିବାକୁ ଚାର୍ହିଲେ ଏବଂ ନିଜର ନମ୍ର ସ୍ୱଭାବ ପାଇଁ ସେ ନିର୍ବାଚନ ବି ଜିତିଲେ । ନିର୍ବାଚନ ଜିତିବା ପରେ ବି ଗଙ୍ଗୁବାଇ ନିଜର କ୍ଷମତାର କୌଣସି ଖରାପ ଉଯୋଗ କରି ନଥିଲେ । ସେ ରେଡ଼ଲାଇଟ୍ ଏରିଆରେ କାମ କରୁଥିବା ସେକ୍ସୱାର୍କରଙ୍କ ପାଇଁ ବହୁତ କିଛି କରିଥିଲେ ।

ଗୋଟିଏ ଦିନ ମୁମ୍ବାଇର ଆଜାଦ୍ ମୈଦାନରେ ସେ ସେକ୍ସୱାର୍କରଙ୍କ ହିତ ପାଇଁ ଏଭଳି ଭାଷଣ ଦେଇଥିଲେ ଯାହା ଶୁଣିବା ପରେ ସମସ୍ତଙ୍କ ଲୋମ ଖାଡ଼ା ହୋଇଯାଇଥବଲା । ସେ ଏକଥା କହିଥବଲେ ଯେ ଯଦି ମୁମ୍ବାଇର ରାସ୍ତା ରେ ମହିଳାମାନେ ସୁରକ୍ଷିତ ଅଛନ୍ତି ତାହା କେବଳ କାମାଠିପୂରାରେ ରହୁଥିବା ମହିଳାଙ୍କ ପାଇଁ । ପୁରୁଷଙ୍କ ଅମାନୁଷିକ ଯୌନ ନିର୍ଯାତନାକୁ କେବଳ କାମାଠିପୁରାର ମହିଳାମାନେ ସହୁଛନ୍ତି । ଯେଉର୍ମାନଙ୍କୁ ଏହି ସମାଜ ନିଚ୍ଚା ନଜରରେ ଦେଖୁଛି । ଗଙ୍ଗୁବାଇଙ୍କ ଉପସ୍ତିତିରେ କୋଠିରେ କୌଣସି ଝିଅକୁ ରହିବାକୁ ବାଧ୍ୟ କରାଯାଉନଥିଲା କି କୌଣସି ଝିଅ ସହ ଜବରଦସ୍ତି କରାଯାଉ ନଥିଲା । କୁହାଯାଏ କି ରେଡ଼୍‌ଲାଇଟ୍ ଏରିଆରେ ରହୁଥିବା ମହିଳାମାନେ ନିଜ ରୁମ୍‌ରେ ଗଙ୍ଗୁବାଇଙ୍କ ଫଟୋ ମଧ୍ୟ ଲଗାନ୍ତି । ଷାଠିଏ ଦଶକ ପର୍ଯ୍ୟନ୍ତ ଗଙ୍ଗୁବାଇଙ୍କ ବସିବାଉୁଠିବା ମୁମ୍ବାଇର ନେତା ଏବଂ ମାଫିଆଙ୍କ ସହ ହେଉଥିଲା । ସେ ସମୟର ଲାଚାର ଗଙ୍ଗା ପରେ ଦୁନିଆର ବହୁ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ଗଙ୍ଗୁବାଇ ନାମରେ ଗଣାଗଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com