Featuredଅନ୍ତର୍ଜାତୀୟରାଜନୀତି

ସମଗ୍ର ବିଶ୍ୱରେ ଏମିତି ୩ ଜଣ ହାଇପ୍ରୋଫାଇଲ୍‌ଙ୍କୁ ଦରକାର ପଡୁନି ପାସପୋର୍ଟ, ହେଉନି ଯାଞ୍ଚ

ବିଶ୍ୱରେ ପାସପୋର୍ଟ ସିଷ୍ଟମ ଆରମ୍ଭ ହେବାର ୧୦୨ ବର୍ଷ ହୋଇଗଲାଣି । ସେ ରାଷ୍ଟ୍ରପତି ହୁଅନ୍ତୁ କି ପ୍ରଧାନମନ୍ତ୍ରୀ, ଅନ୍ୟ କୌଣସି ଦେଶକୁ ଭ୍ରମଣରେ ଗଲେ ସେମାନେ ପାଖରେ ଡିପ୍ଲୋମାଟିକ୍ ବା କୂଟନୀତିକ ପାସପୋର୍ଟ ରଖିବାକୁ ପଡୁଛି । କିନ୍ତୁ ପୃଥିବୀ ୨୦୦ରୁ ଅଧିକ ଦେଶ ମଧ୍ୟରେ ମାତ୍ର ୩ ଜଣ ବ୍ୟକ୍ତିଙ୍କୁ ଏହି ପାସପୋର୍ଟ ନିୟମ ଭିତରେ ଗଣନା କରାଯାଏନି । ଯେ କୌଣସି ଦେଶକୁ ଯାଇପାରୁଛନ୍ତି ଆଉ କେଉଁଠି ବି ତାଙ୍କୁ କେହି ପଚରାଯାଉନି ପାସପୋର୍ଟ ସମ୍ପର୍କରେ । ଖାଲି ସେତିକି ନୁହେଁ ସେମାନଙ୍କୁ କରାଯାଉଛି ଭବ୍ୟ ସ୍ୱାଗତ-ସମ୍ବର୍ଦ୍ଧନା ।

  • ଆସନ୍ତୁ ପ୍ରଥମେ ନଜର ପକାଇବା ପାସପୋର୍ଟ ସମ୍ପର୍କରେ ଆଉକିଛି କଥା…

ବିଂଶ ଶତାବ୍ଦୀ ଆରମ୍ଭ କାଳରେ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଲୁଚାଚୋରାରେ ଅନେକ ଯିବା ଆସିବା କରୁଥିବା ଜଣାପଡ଼ିଲା । କିନ୍ତୁ ଏଥିରେ ଲାଗି ପାରିଲାନି ପ୍ରତିବନ୍ଧକ । ସୃଷ୍ଟି ହେଲା ଦେଶ-ଦେଶ ମଧ୍ୟରେ ଅନେକ ସମସ୍ୟା । ସବୁଠୁ ବଡ଼ କଥା ହେଲା ତତ୍କାଳୀନ ପାସପୋର୍ଟ ସିକ୍ୟୁରିଟି ବ୍ୟବସ୍ଥାରେ ସେମିତି କିଛି ଫିଚର ନଥିଲା ଫଳରେ ଜଣଙ୍କ ସମ୍ପର୍କରେ ତୁରନ୍ତ ସବିଶେଷ ତଥ୍ୟ ଜାଣିବା କଷ୍ଟକର ହେଉଥିଲା । ତେଣୁ ନୂଆ ପାସପୋର୍ଟ ବ୍ୟବସ୍ଥା କରାଯିବାକୁ ବିଶ୍ୱର ଅନେକ ଦେଶ ମତପ୍ରକାଶ କଲେ । ୧୯୨୦ ବେଳକୁ ଏହି ପାସପୋର୍ଟ ପ୍ରସଙ୍ଗ ଗମ୍ଭୀରତାର ସହ ବିଚାର କରାଗଲା ଏବଂ ୧୯୨୪ରେ ଆମେରିକା ଆଣିଲା ନିଜ ଦେଶର ନୂଆ ପାସପୋର୍ଟ ନିୟମ । ଫଳରେ ଆଉ ଲୁଚାଛପାରେ ଆମେରିକାରେ ଅନୁପ୍ରବେଶ କରିବା ଉପରେ ରୋକ ଲାଗିପାରିଲା । ଜଣଙ୍କ ପାସପୋର୍ଟରୁ ସହଜରେ ଜାଣିହେଲା ନାମ, ବୟସ, ନାଗରିକତା ଭଳି ସବୁ ଟିକନିକ୍ ତଥ୍ୟ ।

  • ଏବେ ଆସନ୍ତୁ ଜାଣିବେ, କିଏ ସେହି ୩ ଜଣ ବ୍ୟକ୍ତି, ଯେଉଁମାନଙ୍କୁ ଲୋଡ଼ା ନାହିଁ ପାସପୋର୍ଟ

ସେହି ହାଇପ୍ରୋଫାଇଲ୍ ୩ ଜଣ ହେଉଛନ୍ତି ବ୍ରିଟେନର ରାଜା ଏବଂ ଜାପାନର ରାଜା-ରାଣୀ । ଏଠାରେ କହିରଖୁଛୁ ଯେ ପ୍ରିନ୍ସ ଚାର୍ଲସ ରାଜା ବନିବା ପୂର୍ବରୁ ଏହି ବିଶେଷ ଅଧିକାର କ୍ୱିନ୍ ଏଲିଜାବେଥଙ୍କ ନିକଟରେ ରହିଥିଲା । ଚାର୍ଲସ ରାଜା ହେବା ପରେ ପରେ ତାଙ୍କୁ ସେକ୍ରେଟାରୀ ନିଜ ଦେଶର ବିଦେଶ ମନ୍ତ୍ରଣାଳୟ ଜରିଆରେ ବିଶ୍ୱର ସବୁ ଦେଶକୁ ବିଶେଷ ବାର୍ତ୍ତା ପଠାଇ ଦେଇଥିଲେ । ସେଥିରେ କୁହାଯାଇଥିଲା ଯେ- ବିଟ୍ରେନର ରାଜା ଚାର୍ଲସଙ୍କ କୌଣସି ବିଦେଶ ଗସ୍ତ କାଳରେ କିଛି ପ୍ରତିବନ୍ଧକ ଲାଗିପାରିବନି, ପାସପୋର୍ଟ ଦରକାର ନାହିଁ, ତାଙ୍କୁ ପୂରା ପ୍ରୋଟକଲ ଅନୁସାରେ ସବୁଠି ସ୍ୱାଗତ କରାଯିବ । ତେବେ ବ୍ରିଟେନର ରାଜାଙ୍କୁ ଯେଉଁ ବିଶେଷ ଅଧିକାର ମିଳିଛି, ସେଭଳି ତାଙ୍କ ପତ୍ନୀଙ୍କୁ ମିଳିନାହିଁ । ଅନ୍ୟ ଦେଶ ଗସ୍ତ କରିବା କାଳରେ ତାଙ୍କୁ ଦରକାର ଡିପ୍ଲୋମାଟିକ ପାସପୋର୍ଟ, ସେହିପରି ରୟାଲ୍ ଫ୍ୟାମିଲିର ଅନ୍ୟ ସଦସ୍ୟଙ୍କୁ ବି ନିଜ ପାଖରେ ପାସପୋର୍ଟ ରଖିବାକୁ ହେବ । ଯେତେବେଳେ ଏଲିଜାବେଥ୍ କ୍ୱିନ୍ ଥିଲେ, ତାଙ୍କୁ ଦରକାର ନଥିଲା ପାସପୋର୍ଟ କିନ୍ତୁ ତାଙ୍କ ପତି ପ୍ରିନ୍ସ ଫିଲିପର୍ ରଖିଥିଲେ ଡିପ୍ଲୋମାଟିକ ପାସପୋର୍ଟ ।

  • ଏଥର ଜାଣିବା ଏଭଳି ବିଶେଷ ଅଧିକାର ପାଇଥିବା ଜାପାନର ରାଜା-ରାଣୀଙ୍କ ସମ୍ପର୍କରେ…

ଏବେ ଜାପାନର ରାଜା ଅଛନ୍ତି ନାରୁହିତୋ ଓ ତାଙ୍କ ପତ୍ନୀ ମସାକୋ ଓବାଦା ସାମ୍ରାଜ୍ଞୀ ଭାବେ ପରିଚିତ । ପିତା ଅକିହିତୋ ରାଜା ପଦରୁ ଅବସର ନେବା ପରେ ନାରୁହିତୋ ତାଙ୍କ ସ୍ଥାନ ସମ୍ଭାଳୁଛନ୍ତି । ତେବେ ୨୦୧୯ ଯାଏଁ ଅକିହିତୋ ରାଜା ପଦରେ ଥିଲାବେଳେ ତାଙ୍କୁ ଓ ତାଙ୍କ ପତ୍ନୀଙ୍କୁ ଦରକାର ପଡୁନଥିଲା ପାସପୋର୍ଟ । ଏବେ ସେମାନଙ୍କୁ ଡିପ୍ଲୋମାଟିକା ପାସପୋର୍ଟ ରଖିବାକୁ ପଡୁଛି । ଜାପାନର ଡିପ୍ଲୋମାଟିକ ରେକର୍ଡ ଅନୁସାରେ ୧୯୭୧ରେ ଏଭଳି ସ୍ୱତନ୍ତ୍ର ନିୟମ କରାଯାଇଥିଲା । ସେବେଠାରୁ ନିଜ ଦେଶର ରାଜା-ରାଣୀଙ୍କୁ ଜାପାନ ଦେଇଆସିଛି ବିଶେଷ ଅଧିକାର ।

 

Related Articles

Back to top button
WP Twitter Auto Publish Powered By : XYZScripts.com