Featuredଜାତୀୟରାଜନୀତି

ଏକା ହୋଇଯିବେ ଏକନାଥ! ହାତ ଛାଡ଼ିଦେବେ କି ପାୱାର ଗୋଷ୍ଠୀ…

ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। କେତେବେଳେ କଣ ପରିବର୍ତ୍ତନ ହେବ କିଛି କହିହେଉନି। ସେପଟେ ରାଜନୀତିରେ କେହି କାହାର ଚିର ଶତ୍ରୁ ବା ମିତ୍ର ନଥାଏ ବୋଲି ଯାହା କୁହାଯାଉଛି, ତାହା ଜଳଜଳ କରି ମହାରାଷ୍ଟ୍ରରେ ଦେଖାଯାଉଛି। ଆଗକୁ ମହାରାଷ୍ଟ୍ର ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ବିଭାଗ ବଣ୍ଟନକୁ ନେଇ ଏବେଠାରୁ ଜୋର ଧରିଲାଣି ଚର୍ଚ୍ଚା। ତେବେ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ ମନ୍ତ୍ରିମଣ୍ଡଳରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ଶିନ୍ଦେ ଗୋଷ୍ଠୀ ନେତାଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି ପ୍ରବଳ ଅସନ୍ତୋଷ। କେତେବେଳେ ସେହି କୁହୁଳିଥିବା ଧୂଆଁ ଯେ ନିଆଁ ଧରିନେବ ତାହା ଆକଳନ କରିବା ସହଜ ନୁହେଁ।

ତେବେ ରାଜନୀତିକ ବିଶେଷଜ୍ଞମାନଙ୍କ କହିବା ହେଉଛି ଯେ କ୍ଷମତାସୀନ ଏକନାଥ ଶିନ୍ଦେ ପୁଣିଥରେ ଏକା ହୋଇଯିବାର ଆଶଙ୍କା ରହିଛି। ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ୪୩ଟି ମନ୍ତ୍ରୀ କୋଟା ରହିଥିବା ବେଳେ ଏଯାଏ ୨୯ ଜଣ ମନ୍ତ୍ରୀ ହୋଇଛନ୍ତି। ଆଉ ୧୪ ଜଣ ମନ୍ତ୍ରୀ ହୋଇପାରିବେ। ଏନସିପିର ଆଉ ୪ ଜଣ ମନ୍ତ୍ରୀ ହେବେ ବୋଲି କୁହାଯାଉଥିବା ବେଳେ ସେଥିରୁ ଜଣେ କ୍ୟାବିନେଟ ଓ ଆଉ ତିନି ଜଣ ରାଜ୍ୟପାହ୍ୟା ମନ୍ତ୍ରୀ ହେବେ।ସେପଟେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏନସିପିର ଆଉ ଆଠ ଜଣ ବିଧାୟକ ମନ୍ତ୍ରୀ ହୋଇଛନ୍ତି। କିନ୍ତୁ ସେମାନଙ୍କୁ ବିଭାଗ ଦିଆଯାଇ ନାହିଁ। ତେଣୁ ଏକାସାଙ୍ଗରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ସହ ବିଭିନ୍ନ ବିଭାଗ ବଣ୍ଟନ ହେବ ବୋଲି କୁହାଯାଉଛି। କିନ୍ତୁ ଅଜିତ ପାୱାର ଗୋଷ୍ଠୀ ଗୁରୁତ୍ବପୂର୍ଣ ବିଭାଗ ନେବାକୁ ଅଡି ବସିଥିବାରୁ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ହୋଇପାରୁନି ବୋଲି ଚର୍ଚ୍ଚା ଧରିଛି।

Eknath Shinde may be alone again, will leave the hand power group!

Related Articles

Back to top button
WP Twitter Auto Publish Powered By : XYZScripts.com