Breaking NewsFeaturedଓଡ଼ିଶାଶିକ୍ଷା

ଯୁକ୍ତତିନି ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା… ଜାଣନ୍ତୁ ପୂରା ରିପୋର୍ଟ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଯୁକ୍ତତିନି ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ସେଲ୍ଫ ଫାଇନାସିଂରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଶୁକ୍ରବାର ପ୍ରକାଶ ପାଇବ । ୨୦୨୩-୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୨ ଡିଗ୍ରୀ କଲେଜର ୨ ଲକ୍ଷ ୭୦ହଜାର ୫୪୭ ସିଟ ରହିଥିବାବେଳେ ୨ ଲକ୍ଷ ୨୩ ହଜାର ୩୬୪ ଜଣ ଅନଲାଇନ୍ ପଞ୍ଜୀକରଣ କରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୨୨ହଜାର ୨୮୨ ଜଣ ଅନ୍‌ଲାଇନରେ ଦେୟ ପୈଠ କରିଥିବା ଜଣାପଡ଼ିଛି।

+3 Aspirant Girls_Odisha_Mobile News 24X7

ଯୁକ୍ତ ଦୁଇରେ ରଖିଥିବା ମାର୍କ ଆଧାରରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଦ୍ଵିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୨୭ ତାରିଖରେ ଏବଂ ଅଗଷ୍ଟ ୯ ତାରିଖରେ ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ । ସେହିପରି କଲେଜଗୁଡ଼ିକର ଅବଶିଷ୍ଟ ଆସନରେ ନାମ ଲେଖାଇବା ପାଇଁ ଅଗଷ୍ଟ ୨୧ ଚତୁର୍ଥ ପର୍ଯ୍ୟାୟ ଏବଂ ସେପ୍ଟେମ୍ବର ୧ରେ ପଞ୍ଚମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେପ୍ଟେମ୍ବର ୧୩ରେ ନାମ ଲେଖା ପାଇଁ ଅନ୍ତିମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

Related Articles

Back to top button
WP Twitter Auto Publish Powered By : XYZScripts.com