Featuredଅନ୍ତର୍ଜାତୀୟଜୀବନଶୈଳୀ

ଜୀବନରେ କିଛି ନୂଆ କରିବା ପାଇଁ ସିଇଓରୁ ବନିଗଲେ ଟ୍ରକ୍ ଡ୍ରାଇଭର୍

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଆମ ପାଖରେ ଅନେକ ସୁବିଧା ଅଛି, ଯାହା ସାହାଯ୍ୟରେ ଆମେ ଆମ ଜୀବନକୁ ଉନ୍ନତ କରିପାରିବା । କିନ୍ତୁ ଏତେ ସୁବିଧା ଥାଇ ଯଦି ମନ ସନ୍ତୁଷ୍ଟ ନଥିବ ତାହେଲେ ଏସବୁ କିଛି ବିଷାଦ ପାଲଟି ଯାଏ । ଆଉ ଅଦରକାରୀ ହୋଇଯାଏ । ଠିକ ଏପରି କିଛି ଘଟିଛି ଜଣେ ବ୍ୟକ୍ତିଙ୍କ ଜୀବନରେ । ଯାହାଙ୍କ କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ରାଗିଛି । କାରଣ ଏହି କାହାଣୀରେ ଥିବା ବ୍ୟକ୍ତି ଜଣକ ଏକ କମ୍ପାନୀର ସିଇଓ ପଦବୀ ପାଇ ମଧ୍ୟ ଆଦୌ ସନ୍ତୁଷ୍ଟ ନଥିଲେ । ଶେଷରେ ବ୍ୟକ୍ତି ଜଣକ ଚାକିରି ଛାଡି ଟ୍ରକ ଡ୍ରାଇଭର ହୋଇଗଲେ।

ଅଷ୍ଟ୍ରେଲିଆର ବାସିନ୍ଦା ଗ୍ରେଗ ରସ୍ ଏହା କରି ଦେଖାଇଛନ୍ତି। ସେ ୬୦ ବର୍ଷ ବୟସରେ ତାଙ୍କ ଜୀବନର ମୋଡ ବଦଳେଇବା ପାଇଁ ଏକ ବଡ ନିସ୍ପତ୍ତି ନେଇଥିଲେ । ୨୦୦୮ ରେ ତାଙ୍କର ଜଣେ ଆତ୍ମୀୟଙ୍କ ଶେଷ ଦର୍ଶନ କରିବାକୁ ଯାଇଥିଲେ । ସେତେବେଳେ ସେ ଅନୁଭବ କଲେ ଯେ ଜୀବନରେ କିଛି ଅଲଗା କରିବାକୁ ପଡିବ ଯାହା ଦ୍ୱାରା ମନ ସନ୍ତୁଷ୍ଟ ଓ ପ୍ରଫୁଲ୍ଲିତ ରହିବ । ତେବେ ରସ୍ ତାଙ୍କର ନୂଆ ଯାତ୍ରାକୁ ନେଇ କହିଛନ୍ତି ଯେ, ତାଙ୍କୁ ଟ୍ରକ୍ ଚଲେଇବା ଆଦୌ ଜଣା ନଥିଲା । କାରଣ ସେ ଯୁବା ଅବସ୍ଥାରେ ଯାହା ଗାଡି ଚଳାଉଥିଲେ । ତାଙ୍କ ମନ ସେ କରୁଥିବା କାର୍ଯ୍ୟରେ ଆଦୌ ଲାଗୁନଥିଲା। ଏଭଳି ସ୍ଥିତିରେ ସେ ଏକ ଟ୍ରକ କମ୍ପାନୀ ସହିତ କଥା ହେଇ ଟ୍ରକ ବିଷୟରେ ଅଧିକ ଜାଣିଥିଲେ । ଆଉ ଶେଷରେ ଟ୍ରକକୁ ନିଜ ଜୀବନର ଅଂଶ ମାନିନେଇଥିିଲେ । ବର୍ତ୍ତମାନ ରସଙ୍କୁ ୭୨ ବର୍ଷ ହୋଇଥିବା ବେଳେ ସେ ଦୀର୍ଘ ୧୨ ବର୍ଷ ହେବ ନିଜ ମନର କଥା ଶୁଣୁଛନ୍ତି । ଆଉ ସେବେଠୁ ଟ୍ରକ ଚଳାଉଛନ୍ତି । ସେ ତାଙ୍କ ଅଭିଜ୍ଞତାରୁ କହିଛନ୍ତି ଯେ ସମସ୍ତେ ନିଜକୁ ଦ୍ୱିତୀୟ ସୁଯୋଗ ଦେବା ଉଚିତ।

 

Related Articles

Back to top button
WP Twitter Auto Publish Powered By : XYZScripts.com