Breaking NewsFeaturedଓଡ଼ିଶା

ନୂଆପଡ଼ାରେ ଚାଞ୍ଚଲ୍ୟ: ବାପ ପୁଅଙ୍କୁ ଖାଇଗଲା ଭାଲୁ

ଭାଲୁ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ପୁଣି ପଶୁ ମଣିଷ ଲଢେଇ ଭିତରେ ଚାଲିଗଲା ଜଣଙ୍କ ଜୀବନ, ଆଉ ଜଣେ ଡାକ୍ତରଖାନାରେ ଜୀବନ ମୃତ୍ୟୁ ସହିତ ଲଢେଇ କରୁଛନ୍ତି । ନୂଆପଡା ଜିଲ୍ଲା କୋମନା ବ୍ଲକର ବିଜାଖମନ ଜଙ୍ଗଲ ଭିତରେ ଚାଲିଥିଲା ଏଇ ଅନିଚ୍ଛାକୃତ ଯୁଦ୍ଧ । ସକାଳୁ ବିରନପଦର ଗାଁର ଘନଶ୍ୟାମ ପଟେଲ ପାଖ ଜଙ୍ଗଲକୁ ଶୈାଚ ହେବା ପାଇଁ ଯାଇଥିଲେ । ଆଉ ଏତିକି ବେଳେ ତାଙ୍କୁ ଏକ ଭାଲୁ ଆକ୍ରମଣ କରିଥିଲା । ଘନଶ୍ୟାମ କିଛି ଉପାୟ ନପାଇ ଭାଲୁ ସହିତ ଲଢେଇ କରିବା ସହ ଜୋରରେ ଚିତ୍କାର କରିଥିଲେ । ବାପାଙ୍କ ଚିତ୍କାର ଶୁଣି ପାଖରେ ଥିବା ପୁଅ ଚୈତନ୍ୟ ଧାଇଁ ଆସିଥିଲେ ଉଦ୍ଧାର କରିବାକୁ । କିନ୍ତୁ ତାଙ୍କୁ ବି ଭାଲୁ ଆକ୍ରମଣ କରିଥିଲା ।

ଜୀବନ ବଞ୍ଚାଇବା ପାଇଁ ଜଙ୍ଗଲୀ ଭାଲୁ ସହ ପ୍ରାଣମୁର୍ଛା ଲଢେଇ କରିଥିଲେ ଉଭୟ । କିନ୍ତୁ ହିଂସ୍ର ଭାଲୁ କବଳରୁ ବର୍ତ୍ତୀ ପାରିନଥିଲେ । କିଛି ସମୟ ଧରି ଚାଲିଥିଲା ଜୋରଦାର ଲଢେଇ । ଆଉ ପାଟିଶୁଣି ଘଟଣାସ୍ଥଳକୁ ଦାଇଁ ଆସିଥିଲେଗ୍ରାମବାସୀ । ବହୁ ସଂଖ୍ୟକଲୋକଙ୍କୁ ଦେଖି ସେଠାରୁ ଜଙ୍ଗଲ ଭିତରକୁ ପଳାଇଥିଲା ଭାଲୁ । ତେବେ ଘଟଣାସ୍ଥଳରେ ହିଁ ଘନଶ୍ୟାମଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ପୁଅ ଚୈତନ୍ୟକୁ ନିକଟସ୍ଥ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସଳୟରେ ଭର୍ତ୍ତୀ କରୀଯାଇଛି । ସେପଟେ ଏ ଖବର ଶୁଣିବା ପରେ ଉତ୍ୟକ୍ତ ହୋଇ ପଡିଥିଲେ ସ୍ଥାନୀୟ ବାସିନ୍ଦା । ଗ୍ରାମ ନିକଟସ୍ଥ ୩୫୩ ନଂ ଜାତୀୟ ରାଜପଥରେ ମୃତ ଦେହକୁ ରଖି ରାସ୍ତା ଅବରୋଧ କରିଥିଲେ ଗ୍ରାମବାସୀ । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର କ୍ଷତିପୁରଣ ସହ ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଦାବି କରିଥିଲେ ସେମାନେ । ଏହାସହ ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବାକୁ ବି ଦାବି କରିଥିଲୋ ତେବେ ଘଟଣାସ୍ଥଳରେ ପୁଲିସ ପ୍ରଶାସନ ଓ ଡିଏଫଓ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇବା ସହ କ୍ଷତିପୁରଣ ଦେବାକୁ ପ୍ରତିଶୃତି ଦେଇଥିଲେ।

 

Related Articles

Back to top button
WP Twitter Auto Publish Powered By : XYZScripts.com