Breaking NewsFeaturedଜାତୀୟବାଣିଜ୍ୟବିଜ୍ଞାନ ଓ ପ୍ରଯୁକ୍ତି

ନୂଆ ଫୋନ୍ କିଣିବାକୁ ଯାଉଛନ୍ତି କି ? ନଜର ପକାନ୍ତୁ ଲାଟେଷ୍ଟ ମଡେଲ ଗୁଡ଼ିକ ଉପରେ 

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଯେତେବେଳେ କେହି ନୂଆ ଫୋନ୍ କିଣିବାକୁ ଚାହାନ୍ତି । ସେତେବେଳେ ମନରେ ଅନେକ ପ୍ରଶ୍ନ ଆସେ ,କେଉଁ କମ୍ପନୀର ଫୋନ୍ କିଣିବେ, କଣ ମଡେଲ କିଣିଲେ ଭଲ ହେବ , ଯେଉଁ ମଡେଲ ସିଲେକ୍ଟ କରୁଛନ୍ତି ସେଥିରେ କଣ କଣ ଫିଚର ରହୁଛି । ଯାହାବି ସୁବିଧା ଅଛି ସେଥିରେ ଆପଣ ଚାହୁଁଥିବା ଫ୍ୟାସିଲିଟି ଅଛି କି ନାହିଁ ଏହି ପରି କେତେ କଣ । ଯଦି ଆପଣ ନିଜ ପାଇଁ ନୂଆ ଫୋନ୍ ନେବାକୁ ଯାଉଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ନୂଆ ନୂଆ ମଡେଲ ଆଉ ଯେଉଁଥିରେ ରହିଛି ବିଭିନ୍ନ ପ୍ରକାରର ଫିଚର । ତେବେ ଡେରି ନକରି ଆସନ୍ତୁ ଜାଣିବା ସେ ସମସ୍ତ ମଡେଲ ସମ୍ପର୍କରେ…

  • ସାମସଙ୍ଗ ଗାଲାକ୍ସି S21 FE:

Samsung

ଏହି ଫୋନର 8 / 128GB ଭାରିଆଣ୍ଟର ମୂଲ୍ୟ ହେଉଛି 34,999 ଟଙ୍କା ଯଦି ଆପଣ ଏହାକୁ ବିକ୍ରୟ ସମୟରେ କିଣନ୍ତି, ତେବେ ଆପଣ 30,000 ଟଙ୍କା ପର୍ଯ୍ୟନ୍ତ ରିହାତି ପାଇବେ । ସ୍ମାର୍ଟଫୋନରେ 6.4 – ଇଞ୍ଚର FHD + ଡିସପ୍ଲେ, 25 ୱାଟର ଚାର୍ଜର ସହିତ 4500mAh ବ୍ୟାଟେରୀ, Exnyos 2100 ପ୍ରୋସେସର, 12 + 12 + 8MP ଟ୍ରିପଲ କ୍ୟାମେରା ଏବଂ 32MP ଫ୍ରଣ୍ଟ କ୍ୟାମେରା ଉପଲବ୍ଧ ରହିଛି ।

  • ଭିଭୋ V27 ପ୍ରୋ:

Vivo

ଯଦି ଆପଣ ଏକ ଭଲ କ୍ୟାମେରା ସହିତ ଏକ ଫୋନ୍ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ସର୍ବୋତ୍ତମ । ଏଥିରେ ମିଡିଆ ଟେକ୍ ଡାଇମେନସିଟି 8200 ପ୍ରୋସେସର, 6.7-ଇଞ୍ଚ FHD ପ୍ଲସ୍ କର୍‌ଭ ଡ଼ିସ୍‌ପ୍ଲେ, 4600 mAh ବ୍ୟାଟେରୀ ଏବଂ ଇନ୍-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନ୍ସର ଅଛି। ଫୋନରେ ଏକ 50MP ସେଲଫି କ୍ୟାମେରା ଉପଲବ୍ଧ । ରିୟର୍ ପ୍ୟାନେଲରେ 50 + 8 + 2MP ତିନୋଟି କ୍ୟାମେରା ଅଛି । ଫୋନର 8 / 128GB ଭାରିଆଣ୍ଟର ମୂଲ୍ୟ 37,999 ଟଙ୍କା ରହିଛି ।

  • Oneplus Nord 3:

OnePlus

ଏହି ଫୋନ୍ ଏହି ମାସରେ ଲଞ୍ଚ କରାଯାଇଛି । ଏହି ସ୍ମାର୍ଟଫୋନରେ 6.74-ଇଞ୍ଚ ଡିସପ୍ଲେ, ମିଡିଆଟେକ ଡାଇମେନସିଟି 9000 ପ୍ରୋସେସର, 5000 mAh ବ୍ୟାଟେରୀ, 50 + 8 + 2MP ର ତିନୋଟି କ୍ୟାମେରା ଏବଂ ଏକ ଇନ-ଡିସପ୍ଲେ ଫିଙ୍ଗର ପ୍ରିଣ୍ଟ ସେନସର ଅଛି । ସ୍ମାର୍ଟଫୋନର ମୂଲ୍ୟ 8 / 128GB ଭାରିଆଣ୍ଟ ପାଇଁ 33,999 ଟଙ୍କା । ସେଲ୍‌ରେ ଆପଣ 1,000 ସଞ୍ଚୟ କରିପାରିବେ ।

  • Oneplus 11R:

ଏହି ଫୋନ୍ କମ୍ପାନୀ ଦ୍ୱାରା ଫେବୃଆରୀରେ ସାମ୍ନାକୁ ଅଣାଯ୍ଧବଥିଲା । ଏହି ସ୍ମାର୍ଟଫୋନରେ 6.74-ଇଞ୍ଚ ଡିସପ୍ଲେ, 5000 mAh ବ୍ୟାଟେରୀ, 50 + 8 + 2MP ତିନୋଟି କ୍ୟାମେରା ଏବଂ ସ୍ନାପଡ୍ରାଗନ୍ 8th ପ୍ଲସ୍ ଜେନ 1 SOC ର ସପୋର୍ଟ ଉପଲବ୍‌ଧ ରହିଛି । OnePlus 11R ର 8 / 128GB ଭାରିଆଣ୍ଟର ମୂଲ୍ୟ 39,999 ଟଙ୍କା ରହିଛି ।

  • IQOO Neo 7 Pro:

IQOO Neo

ଫୋନରେ 6.78 – ଇଞ୍ଚର ଡିସପ୍ଲେ, 5000 mAh ବ୍ୟାଟେରୀ, ସ୍ନାପଡ୍ରାଗନ୍ 8th ପ୍ଲସ୍ ଜେନ 1 SOC ସହିତ ଏକ ଇଣ୍ଡିପେଣ୍ଡେଣ୍ଟ ଗେମିଂ ଚିପ୍ ଉପଳବ୍ଦ ରହିଛି । ଫଟୋଗ୍ରାଫି ପାଇଁ, ଫୋନରେ 50MP ସାମସଙ୍ଗ GNM 5 OIS ସେନସର, 8MP ଅଲଟ୍ରାୱାଇଡ୍ କ୍ୟାମେରା ଏବଂ 2MP ମାକ୍ରୋ କ୍ୟାମେରା ଅଛି । 120 W ଫାଷ୍ଟ ଚାର୍ଜିଂ ସହିତ ଫୋନରେ 5000 mAh ବ୍ୟାଟେରୀ ଉପଲବ୍ଧ । ସ୍ମାର୍ଟଫୋନର 8 / 128GB ଭାରିଆଣ୍ଟର ମୂଲ୍ୟ ହେଉଛି 34,999 ଟଙ୍କା । ଅଫରରେ ଆପଣ ଏହାକୁ ଆହୁରି ଶସ୍ତାରେ ମିଳିବ

Related Articles

Back to top button
WP Twitter Auto Publish Powered By : XYZScripts.com