Breaking NewsFeaturedଓଡ଼ିଶା

ଏନ୍‌ଏଚ୍‌-୧୬ରେ ବଡ଼ ଅଘଟଣ, ଭୁଶୁଡ଼ିଲା ବ୍ରିଜ୍‌

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସକାଳୁ ସକାଳୁ ବଡ଼ ଅଘଟଣ। ଯାଜପୁର-ରସୁଲପୁର ବ୍ରିଜ୍‌ ଭୁଶୁଡ଼ି ପଡ଼ିଲା। ସୌଭାଗ୍ୟବଶତଃ ସେତେବେଳକୁ କୌଣସି ଗାଡ଼ି ଯାତାୟତ କରୁନଥିଲା। ଫଳରେ ମୃତାହତରୁ ଅଳ୍ପକେ ରକ୍ଷା ମିଳିଯାଇଛି। ତେବେ ଏନେଇ ସ୍ପଷ୍ଟୀକରଣ ଦେଇଛି ଏନଏଚଏଆଇ।

Rasulpur Bridge Collapse in NH-16

ରିପୋର୍ଟ ଅନୁସାରେ ଯାଜପୁର-ରସୁଲପୁର 16ନଂ ଜାତୀୟ ରାଜପଥରେ ଗୋଟିଏ ପଟ ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ଯାଜପୁର ପଟରୁ କଟକ ଆସିବା ରାସ୍ତାରେ କୁଆଖିଆ ପୂର୍ବରୁ ରହିଥିବା ବ୍ରିଜ୍‌ ଭୁଶୁଡ଼ି ପଡ଼ିଛି। ପ୍ରାୟ ୧୦ ଫୁଟ ତଳକୁ ଦବି ଯାଇଛି ବ୍ରିଜ୍‌। ସେପଟେ ପୁରୁଣା ରାସ୍ତାରେ ଯାତାୟତ ପାଇଁ ବାରଣ କରାଯାଇଛି। ଏଥିଯୋଗୁଁ ଗମନାଗମନରେ ନାହିଁ ନଥିବା ସମସ୍ୟା ଉପୁଜିଛି। ରସୁଲପୁର ବ୍ଲକ ହେଡକ୍ବାର୍ଟର ସାମ୍ନା ରାଜପଥର ବ୍ରିଜ୍ ପ୍ରାୟ 10 ଫୁଟ ତଳକୁ ଦବି ଯାଇଛି। ତେଣୁ ଉକ୍ତ ରାସ୍ତାରେ ଯିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ସେପଟେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ଆଶଙ୍କାରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏପଟେ ବ୍ରିଜ୍‌ ଦବି ଯିବାରୁ ଲୋକେ ଯିବା ଆସିବାରେ ଖୁବ୍‌ ହଇରାଣ ହେଉଛନ୍ତି। ତେବେ ଏନେଇ ଏନଏଚଏଆଇ ପକ୍ଷରୁ କୁହାଯାଇଛି ଯେ ରାସ୍ତା ନିର୍ମାଣଗତ ତ୍ରୁଟି କାରଣରୁ ଏଭଳି ହୋଇଛି। ୨୦୦୮ରେ ନିର୍ମିତ ବ୍ରିଜ୍‌ ପ୍ରାୟ ୫୦ ବର୍ଷରୁ ଅଧିକ ସୁରକ୍ଷିତ ରହିବା କଥା କିନ୍ତୁ ଅଳ୍ପଦିନରେ ବ୍ରିଜ୍‌ ଭୁଶୁଡ଼ିବାରୁ ସମସ୍ୟା ସୃଷ୍ଟି ହୋଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com