Breaking NewsFeaturedଜାତୀୟରାଜନୀତି

କାହା ସହ କରିବେନି ମେଣ୍ଟ, ଏକାକୀ ଲଢ଼ିବେ ମାୟାବତୀ

ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋଙ୍କ ବଡ଼ ଘୋଷଣା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମେଣ୍ଟକୁ ନେଇ ଦେଶରେ ରାଜନୀତିକ ପାଣିପାଗ ଗରମ ରହିଛି। ଖୁବ୍‌ ଚାଲିଛି ବୟାନବାଜି। ତେବେ ବହୁଜନ ସମାଜବାଦୀ ପାର୍ଟିର ମୁଖ୍ୟ ମାୟାବତୀ କୌଣସି ମେଣ୍ଟରେ ସାମିଲ ହେବେନି ବୋଲି ଆଗରୁ ଚର୍ଚ୍ଚା ଧରିଥିଲା। ତେବେ ଏହାକୁ ସ୍ପଷ୍ଟ କରିଛନ୍ତି ମାୟାବତୀ।  ବୁଧବାର ଲୋକସଭା ନିର୍ବାଚନ ସମ୍ପର୍କରେ କରିଛନ୍ତି ବଡ଼ ଘୋଷଣା। ସେ କହିଛନ୍ତି ଯେ ବହୁଜନ ସମାଜବାଦୀ ପାର୍ଟି ୨୦୨୪ରେ  କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢ଼ିବ। ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀ ଦଳ କ୍ଷମତାକୁ ଆସିବାର ସ୍ୱପ୍ନ ଦେଖୁଛନ୍ତି। ବିରୋଧୀ ଦଳମାନେ ମେଣ୍ଟ କରୁଛନ୍ତି। ତେବେ ଏନଡିଏ ଓ ଇଣ୍ଡିଆ ମଧ୍ୟରେ କିଛି ପାର୍ଥକ୍ୟ ନାହିଁ ।

କଂଗ୍ରେସ ଉପରେ ଆକ୍ରମଣ କରି ମାୟାବତୀ କହିଛନ୍ତି ଯେ କ୍ଷମତାକୁ ଆସିବା ପାଇଁ କଂଗ୍ରେସ ଜାତିବାଦ ଦଳ ଏବଂ ପୁଞ୍ଜିବାଦ ଶକ୍ତି ସହ ମେଣ୍ଟ କରିବାକୁ ଆଗ୍ରହ ଦେଖାଉଛି। କିନ୍ତୁ ଆମେ ନିଜେ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବୁ। ବିଏସପି ସୁପ୍ରିମୋ କହିଛନ୍ତି ଯେ କେବଳ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନାରେ ନିର୍ବାଚନ ଲଢ଼ିବେ। ଏହା ବ୍ୟତୀତ ପଞ୍ଜାବ ଏବଂ ହରିୟାଣାରେ ସାଥୀ ଦଳ ସହ ମିଳାମିଶାରେ ନିର୍ବାଚନ ଲଢ଼ିବୁ ବୋଲି ମାୟାବତୀ କହିଛନ୍ତି।

ମାୟାବତୀଙ୍କ କହିବା ହେଲା ଲୋକସଭା ନିର୍ବାଚନ ତାରିଖ ପାଖେଇ ଆସୁଛି। ଏହି ପ୍ରସଙ୍ଗରେ ସମସ୍ତ ଦଳ ବୈଠକ କରୁଛନ୍ତି। ଶାସକ ଦଳ ଏନଡିଏ ବିଭିନ୍ନ ଯୁକ୍ତି ଦେଉଛି। ଶାସକ ଦଳର କଥା ଓ କାର୍ଯ୍ୟ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ। ଜନସାଧାରଣଙ୍କୁ ଦିଆଯାଇଥିବା ଅଧିକାଂଶ ପ୍ରତିଶୃତି ପୂରଣ ହେଉନାହିଁ। ଶାସକ ଦଳକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳ ମେଣ୍ଟ କରୁଛି। କ୍ଷମତାରେ ଥିବା ଏନଡିଏ ଓ ବିରୋଧୀ ମେଣ୍ଟଠାରୁ ବହୁଜନ ସମାଜବାଦୀ ପାର୍ଟି ସମାନ ଦୂରତା ରକ୍ଷା କରି ନିର୍ବାଚନ ଲଢ଼ିବ। ଲୋକସଭା ନିର୍ବାଚନ ଓ ତା ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଦଳ ଆଞ୍ଚଳିକ ଦଳମାନଙ୍କ ସହ ମିଳାମିଶା କରି ଲଢ଼ିବ ବୋଲି ମାୟାବତୀ କହିଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com