Breaking NewsFeaturedଓଡ଼ିଶା

ନୂଆପଡ଼ାରେ ଭାଲୁ ଆତଙ୍କ, ପ୍ରାଣ ହରାଇଲେ ବନ କର୍ମଚାରୀ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଭାଲୁ ଅକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ। ଜଙ୍ଗଲରେ ପାଟ୍ରୋଲିଂ ବେଳେ ଜଣେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।  ନୂଆପଡା ଜିଲ୍ଲା କୋମନା ରେଞ୍ଜରେ ଏଭଳି ଭାଲୁ ଆତଙ୍କ ଦେଖାଦେଇଛି। ମୃତକ ହେଲେ ଫରେଷ୍ଟ ୱାଚର ସନ୍ତୋଷ କୁମାର ଡୁଣ୍ଡି।  ପାଟ୍ରୋଲିଂ ବେଳେ ୪ ଜଣ ବନ କର୍ମଚାରୀଙ୍କୁ ଆକ୍ରମଣ କରି ଗୁରୁତର କରିଥିଲା ଭାଲୁ। ୨ ଜଣଙ୍କୁ ଗ୍ରାମବାସୀ ଉଦ୍ଧାର କରିଥିଲେ। ଅନ୍ୟ ୨ ଜଣଙ୍କୁ ଜଙ୍ଗଲକୁ ଟାଣିନେଇଥିଲା ଭାଲୁ।

ମଙ୍ଗଳବାର ଅପରାହ୍ନରେ ୪ ବନ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଭାଲୁଟି ପ୍ରଥମେ ଫରେଷ୍ଟର ଗୋପାଳ ମହାନନ୍ଦ ଓ ୱାଚର ସନ୍ତୋଷ କୁମାର ଡୁଣ୍ଡିଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲା। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଫରେଷ୍ଟ ଗାର୍ଡ ଶଶଧର ସାଣୀ ଓ ସାଗର ଠେଲା ଗୁରୁତର ଆହତ ହୋଇଥିଲେ। ଗାଁ ଲୋକଙ୍କ ସହାୟତାରେ ବନ ଓ ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ଗୁରୁତ ଅବସ୍ଥାରେ ଶଶଧର ଓ ସାଗରଙ୍କୁ ଉଦ୍ଧାର କରିଥିଲେ। ପରେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସମସ୍ତଙ୍କୁ ନୂଆପଡ଼ା ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସନ୍ତୋଷଙ୍କର ମୃତ୍ୟୁ ଘଟିଯାଇଛି।

Related Articles

Back to top button