Breaking NewsFeaturedବିଜ୍ଞାନ ଓ ପ୍ରଯୁକ୍ତି

ହଜାର ବର୍ଷ ପରେ ମହା ଜାଗତିକ ଦୃଶ୍ୟ

ଚଳିତ ମାସରେ ମହାଶୂନ୍ୟରେ ଘଟିବାକୁ ଯାଉଛି ମହା ଯାଗତିକ ଘଟଣା । ଏହା ପ୍ରାୟ ହଜାର ବର୍ଷ ପରେ ଥରେ ହୋଇଥାଏ । ଏହି ମହା ଯାଗତିକ ଦୃଶ୍ୟ ଦେଖିବା ସମସ୍ତଙ୍କ ଭାଗ୍ୟରେ ନଥାଏ । ଅନ୍ତରିଣରେ ହେଉଥିବା ଏହି ମହା ଜାଗତିକ ଦୃଶ୍ୟକୁ ଦେଖିଥିବା ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟବାନ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା କେବେ ଏବଂ କେଉଁ ଦିନ ଏହି ସହାଯାଗତିକ ଘଟଣା ଘଟିବ ।
ଅଗଷ୍ଟ ୧୮ରେ ୨୦୨୩ରେ କାହାରବି ଛାଇ ଦେଖାଯିବନି । କାହିଁକିନା ଏହି ଦିନ ଜିରୋ ସ୍ୟାଡୋ ଡେ । ତେବେ ଏହା ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଆମ ପୃଥିବୀର ଠିକ ଉପରେ ଥାଏ ।

ଏହାପରେ ୨୭ ଅଗଷ୍ଟରେ ଶନୀ ଗ୍ରହ ସୂର୍ଯ୍ୟଙ୍କର ବିପରିତ ଦିଗରେ ରହିବେ । ଫଳରେ ପୃଥିବୀର ଅତି ନିକତର ହେବା ସହ ଆକାଶରେ ଶନୀଗ୍ରହ ଦେଖାଦେବେ । ଏମିତି କି ଶନୀ ଗ୍ରହରେ ଥିବା ବଳୟକୁ ମଧ୍ୟ ଦେଖିପାରିବେ ।
ସେହିପରି ୩୧ ଅଗଷ୍ଟ ୨୦୨୩ରେ ଆକାଶରେ ସୁପର ମୁନ ଦେଖିବାକୁ ମିଳିବ ଯାହା ସାଧାରଣ ଜହ୍ନ ଅପେକ୍ଷା ଅଧିକ ବଡ ଦେଖାଯିବ । ସେହିପରି ଏହି ସୁପର ମୁନର ରଙ୍ଗ ନୀଳ ଦେଖାଯିବ ।

ଅନ୍ୟ ପଟେ ଅଗଷ୍ଟ ୧ ତାରିଖରେ ।କାଶରେ ଏକ ସୁପର ମୁନ ଦେଖିବାକୁ ମିଳିଥିଲା । ଯାହାର ଆକାର ଅନ୍ୟ ଦିନରେ ଦେଖାଯାଉଥିବା ଜହ୍ନ ଅପେକ୍ଷା ବଡ ଏବଂ ସଫା ଧଳା ଦିଶୁଥିଲା । ତେବେ ପୂର୍ବରୁ ଏଭିଳି ଅନେକ ମହାଯାଗତି ଘଟଣା ଘଟିଥିବା ବେଳେ ଆଗକୁ ଆହିରି ଏମିତି ଅନେକ ଘଟଣା ଘଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com