Breaking NewsFeaturedବାଣିଜ୍ୟ

ଶୀଘ୍ର ଲଗାଅ VLTD ନହେଲେ ପରମିଟ୍ ..

ଯାନବାହନ ଚଳାଚଳ ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳା ଏବଂ ସୁଦୃଢ କରିବା ପାଇଁ ଅଧିକ ସଜାଗ ହୋଇଛି ପରିବହନ ବିଭାଗ । ଏଥିପାଇଁ ପୂର୍ବ ଯୋଜନା ଅନୁସାରେ ସମସ୍ତ ଗାଡିରେ ଲୋକେସନ ଟ୍ରାକିଂ ଏବଂ ସେଫ୍ଟି ଡିଭାଇସ୍‌କୁ ବାଧ୍ୟତାମୂଳକ କରାଯାଇଛି । ଅକ୍ଟୋବର ପହିଲାରୁ ଏହି ଡିଭାଇସ୍ ନଥିଲେ କୌଣସି ନୂଆ ଗାଡିକୁ ପଞ୍ଜିକରଣ କରାଯିବ ନାହିଁ । ଏନେଇ ରାଜ୍ୟ ପରିବହନ କମିଶନର ନୋଟିସ ଜାରି କରିଛନ୍ତି । ଦୁଇଚକିଆ, ତିନିଚକିଆ ଓ ରିକ୍ସାକୁ ଛାଡି ସମସ୍ତ ବସ୍ , ଆମ୍ବୁଲାନ୍ସ, ସବୁ ପ୍ରକାରର କ୍ୟାବ୍, ପ୍ରାଇଭେଟ୍ ସର୍ଭିସ ଗାଡ଼ି, ଓମିନି ବସ୍, ମୋଟର କ୍ୟାବ୍, ଓ ନ୍ୟାସନାଲ ପରମିଟ୍ ଥିବା ମାଲବାହୀ ଗାଡ଼ିଗୁଡ଼ିକରେ ଏହି ଭେଇକିଲ୍ ଲୋକେସନ୍ ଟ୍ରାକିଂ ଡିଭାଇସ୍ ବା VLTD ଏବଂ ପାନିକ୍ ବଟନ୍ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ୨୦୨୩ ସେପ୍ଟେମ୍ବର ୩୦ ପୂର୍ବରୁ ଯେଉଁ ଗାଡ଼ିଗୁଡ଼ିକ ପଞ୍ଜିକୃତ ହୋଇଥିବ ସେଗୁଡିକରେ ଡିସେମ୍ବର ୩୧ ସୁଦ୍ଧା ମାଲିକମାନେ ଏହି ଡିଭାଇସ ଲଗାଇବେ । ସେହିପରି ଯଦି କୌଣସି ପୁରୁଣା ଗାଡ଼ିରେ ଧାର୍ଯ୍ୟ ସମୟସୀମା ମଧ୍ୟରେ ଏହି VLTD ନଲାଗେ, ତା’ହେଲେ ସମ୍ପୃକ୍ତ ଗାଡ଼ିର ମାଲିକାନା ପରିବର୍ତ୍ତନ, ଫିଟନେସ, ପରମିଟ୍ ଆଦି ସୁବିଧା ମିଳିବ ନାହିଁ । ତେବେ ଏଥିପାଇଁ ରାଜ୍ୟ ସରକାରଙ୍କ ପରିବହନ ବିଭାଗର ୱେବସାଇଟରେ କ୍ଷମତାପ୍ରାପ୍ତ ବିକ୍ରେତାଙ୍କୁ ଚୟନ କରି କିମ୍ବା ନିକଟସ୍ଥ ରେଟ୍ରୋ ଫିଟମେଣ୍ଟ ସେଣ୍ଟର ବା ଆରଏଫସିକୁ ଯାଇ ଏହି ଡିଭାଇସ୍ ଗାଡ଼ିରେ ଲଗାଇ ପାରିବେ । କିନ୍ତୁ ଯେକୌଣସି କମ୍ପାନୀର ଡିଭାଇସକୁ ବାରଣ କରାଯାଇଛି । କେବଳ ଓଡ଼ିଶା ସରକାରଙ୍କ ଦ୍ୱାରା ଅନୁମୋଦିତ ଯେକୌଣସି ଗୋଟିଏ କମ୍ପାନୀର VLTD ଲଗାଇବା ପାଇଁ ନିର୍ଦ୍ଦେଶ ରହିଛି । ଏହି ଡିଭାଇସ୍ ଦ୍ୱାରା ଗାଡି କେଉଁ ସ୍ଥାନରେ ରହିଛି ଏବଂ ଦୁର୍ଘଟଣା ଆଗରୁ ସୂଚନା ମିଳିବ ।

Related Articles

Back to top button
WP Twitter Auto Publish Powered By : XYZScripts.com