Breaking NewsFeaturedଜାତୀୟ

ଲଦାଖରେ ବିଶ୍ୱର ସର୍ବୋଚ୍ଚ ଏୟାର ଫିଲ୍ଡ

କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ତୀବ୍ର ସମାଲୋଚନା ପରେ ଲଦାଖ ପ୍ରତି କେନ୍ଦ୍ର ସରକାରଙ୍କ ନଜର ପଡ଼ିଛି। ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମୁ କଶ୍ମୀର ଗସ୍ତରେ ଯାଇଛନ୍ତି । ସେଠାରେ ୨୪୯୧ କୋଟିର ୯୦ଟି ଉଦ୍ୟୋଗର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସାମ୍ବାରେ ୪୨୨.୯ ମିଟର ଲମ୍ବ ଦେବକ ବ୍ରିଜର ଉଦଘାଟନ କରିବେ ପ୍ରତିରକ୍ଷା ମନ୍ତ୍ରୀ । ଅନ୍ୟ ୮୯ ଉଦ୍ୟୋଗର ଉଦଘାଟନ ଭିଡିଓ କନଫରେନ୍ସିଂ ଜରିଆରେ ଶିଳାନ୍ୟାସ କରିବେ । ତେବେ ଏହି ପ୍ରୋଜେକ୍ଟ ମଧ୍ୟରେ ରହିଛି ୧୩ ହଜାର ଫୁଟ ଉପରେ ନିର୍ମିତ ନ୍ୟୋମା ଏୟାର ଫିଲ୍ଡ । ୨୧୮ କୋଟି ଟଙ୍କା ବିନିମୟରେ ହେଉଥିବା ଏହି ଏୟାର ଫିଲ୍ଡ ରୁ ଫାଇଟର ଜେଟ ଉଡାଣ ଭରିପାରିବ ଏବଂ ଅବତରଣ ବି କରିପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଏୟାର ଫିଲ୍ଡ ଏଲଏସିଠାରୁ ମାତ୍ର ୫୦ କିମି ଦୂରରେ ରହିଛି ।

ଖାଲି ସେତିକି ନୁହେଁ, ତାହା ହେବ ବିଶ୍ଵର ସବୁଠାରୁ ଉଚ୍ଚ ଏୟାରଫିଲ୍ଡ ହେବ । ରଣନୀତିକ ଦୃଷ୍ଟିକୋଣରୁ ଦେଖିଲେ ଏହି ଏୟାର ଫିଲ୍ମ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ଏଲଏସିର ଖୁବ ନିକଟରେ ରହିଛି ଏବଂ ଏଠାରେ ଫାଇଟର ଜେଟ ଲାଣ୍ଡିଂ କରିପାରିବ । ଏଥିସହ ଲଦାଖରେ ହେବ ତୃତୀୟ ଫାଇଟର ଏୟାରବେସ । ଏହା ପୂର୍ବରୁ ଲେହ ଏବଂ ଥୋଇସରେ ଏୟାରବେସ ରହିଛି । ନିୟନ୍ତ୍ରଣ ରେଖା ଉପରେ ନଜର ରଖିବା ଏବଂ ସୁରକ୍ଷା ଉଭୟ ଦୃଷ୍ଟିରୁ ଏହାର ଏୟାର ଫିଲ୍ଡ ବେଶ ଗୁରୁ୍ତ୍ୱପୂର୍ଣ୍ଣ । ଏହି ନୂଆ ଏୟାର ବେସରୁ ଲଦାଖ ଉପରେ ନଜର ରଖିବା ପାଇଁ ଲଢୁଆ ବିମାନ, ନୂଆ ରାଡାର ଏବଂ ଉନ୍ନତ ଡ୍ରୋନ ସଞ୍ଚଳନ ବି କରାଯାଇ ପାରିବ । ଚୀନର ସବୁବେଳେ ଯେପରି ଆକ୍ରମଣାତ୍ମ ମନୋଭାବ ରହିଛି ତା ଉପରେ ନଜର ରଖିବା ଏହି ଏୟାରବେସର ନିର୍ମାଣର ମୁଖ୍ୟ ଲକ୍ଷ୍ୟ । ଏଠାରେ କହି ରଖୁଛୁ ଯେ ନିକଟରେ ବାଇକ୍‌ ଯାତ୍ରା କରି କଂଗ୍ରେସ ନେତା ରାହୁଲ ଗାନ୍ଧି ଲେହ-ଲଦାଖରେ ପହଞ୍ଚି ଥିଲେ। ଏହା ପରେ ସେଠାରେ ଥିବା ସମସ୍ୟା ସମ୍ପର୍କରେ ସେ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com