Breaking NewsFeaturedସ୍ୱାସ୍ଥ୍ୟ

ମାଡି ଆସୁଛି ଆଉ ଏକ ମହାମାରୀ !

ମାଡି ଆସୁଛି ଆଉ ଏକ ମହାମାରୀ । କରୋନା ଠାରୁ ବି ଭୟଙ୍କ ବିପତ୍ତିର ସାମ୍ନା କରିପାରେ ବିଶ୍ୱ । କରୋନା ଭାଇରସର ସେଇ ଭୟଙ୍କର ସ୍ଥିତି ଏପର୍ଯ୍ୟନ୍ତ ମନରୁ ଲିଭିନି । ସାରା ବିଶ୍ୱରେ କୋଭିଡ ଭାଇରସ ବିପର୍ଯ୍ୟୟ ଘଟାଇଥିବା ବେଳେ ଅନେକ ଦେଶର ଲୋକମାନେ େବେବି ଏହି ରୋଗର ଶିକାର ହେଉଛନ୍ତି । କରୋନା ମହାମାରୀରେ ବିଶ୍ୱରେ ପ୍ରାୟ ୭୦ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ନେଇଛି । ତେବେ କରୋନା ମହାମାରୀର ଉତ୍ପତ୍ତି ସ୍ଥଳ ଚୀନର ଉହାନ ବୋଲି ଦାବି କରାଯାଉଛି । ହେଲେ ବର୍ତ୍ତମାନ କରୋନାର ପ୍ରକୋପ ଧୀରେ ଧୀରେ କମୁଥିବା ବେଳେ ଏବେ ଉହାନରୁ ପୁଣି ଆସିଲାଣି ଆଉ ଏକ ଚିନ୍ତା ଜନକ ଖବର ।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଶି ଝେଙ୍ଗଲି ତାଙ୍କ ରିସର୍ଚ୍ଚ ପେପରରେ ଲେଖିଛନ୍ତି ଯେ ଭବିଷ୍ୟତରେ ଭୂତାଣୁ ସଂକ୍ରମିତ ରୋଗ ପୁଣି ଥରେ ଚୀନରୁ ବ୍ୟାପିବ । ଯାହା କରୋନା ଠାରୁ ଅଧିକ ଘାତକ ହେବ । ବିଶ୍ୱରେ ପୁଣି ଥରେ ମହାମାରୀ ବ୍ୟାପିବ ବୋଲି ସେ ଚେତାବନି ଦେଇଛନ୍ତି । ଝେଙ୍ଗଲି ଏବଂ ଉହାନ ଇନଷ୍ଟିଚୁ୍ୟଟ ଅଫ ଟେକ୍ନୋଲୋଜିରେ ତାଙ୍କ ଟିମ ୪୦ ପ୍ରକାର ପ୍ରଜାତିର କରୋନା ଭାଇରସକୁ ନେଇ ମଣିଷ ଉପରେ ପରୀକ୍ଷା କରିଥିଲେ । ଏଥିରୁ ଅଧା ମାରାତ୍ମକ ବୋଲି କୁହାଯାଇଛି । ତେବେ ଏହା ବିଭିନ୍ନ ଭାଇରାଲ ଲକ୍ଷଣ ଓ ଲକ୍ଷଣ ବିହୀନ ରହିଛି । ସେହିପରି ଏହା ପଶୁ ଠାରୁ ମଣିଷ ପାଖକୁ ଆସୁଛି । ଏହି ୪୦ ପ୍ରଜାତି ମଧ୍ୟରୁ ୬ଟି ଭୂତାଣୁ ମଣିଷକୁ ସଂକ୍ରମିତ କରିସାରିଛି

। ଭବିଷ୍ୟତରେ ଭେଳି ଭୂତାଣୁ ପୁଣି ଥରେ ଘାତକ ସାବ୍ୟସ୍ତ ହେବ ବୋଲି ରିପୋର୍ଟରେ ଦର୍ଶାଯାଇଛି । ସେହିପରେ ସେ ଆହୁରି କହିଛନ୍ତି ଯେ ଆଗାମୀ ସମ୍ଭାବ୍ୟ ମହାମାରୀ ବାଦୁଡ଼ି, ଓଟ, ଘୁଷୁରୀ ଏବଂ ବଜ୍ରକାପ୍ତା ଦ୍ୱାରା ବ୍ୟାପିପାରେ ବୋଲି ରିପୋର୍ଟରେ କୁହାଯାଇଛି । ଏହି ରିପୋର୍ଟ ଗୁରୁତ୍ବପୂର୍ଣ୍ଣ ହୋଇଥିବା ବେଳେ ଭୂତାଣୁ ଉପରେ ରିସର୍ଚ୍ଚ କରୁଥିବା ଚୀନ ବୈଜ୍ଞାନିମାନେ ଏହା ଉପରେ କିଛି କହିବାକୁ ରାଜି ନାହାନ୍ତି । ଏହା ପୂର୍ବରୁ ଉହାନ ଲ୍ୟାବରୁ କରୋନା ଭୂତାଣୁ ସୃଷ୍ଟି ହେବା ସହ ବ୍ୟାପିଥିଲା ବୋଲି ଆମେରିକା ଦାବି କରିଆସିଛି । ହେଲେ ଏବେ ବି ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।ସେହିପରି ବ୍ରିଟିଶ ମ୍ୟାଗାଜିନ୍ ‘ମାଇକ୍ରୋବ୍ସ ଆଣ୍ଡ ଇନଫେକ୍ସନ’ରେ ଜୁନ୍ରେ ପ୍ରକାଶ ପାଇଥିଲା ।

କିନ୍ତୁ ଚଳିତମାସ ଏହି ରିପୋର୍ଟକୁ ନେଇ ଚୀନ୍ରେ ଏବେ ଅଧିକ ଆଲୋଚନା ଆରମ୍ଭ ହୋଇଛି । ସାଉଥ ମର୍ଣ୍ଣିଂ ପୋଷ୍ଟର ନାଁକୁ ଗୋପନୀୟ ଭାବେ ରଖି ଜଣେ ବିଶେଷଜ୍ଞ କହିଛନ୍ତି ଯେ, କରୋନା ଭୂତାଣୁର ଭୟାବହତାକୁ ସାଧାରଣରେ ନିଆଯାଉଛି। ଏପରିକି କରୋନା ସଂକ୍ରମିତଙ୍କ ସଂଖ୍ୟ ଦେଉନାହାନ୍ତି ସରକାର । ଏହା ସହ ଉହାନ ଟିମ୍ ବିଶେଷ ମେସିନ୍ ତିଆରି କରିଛନ୍ତି ଯେଉଁଥିରେ ଅଧିକ ଘାତକ ଭୂତାଣୁର ଚିହ୍ନଟ କରାଯାଇପାରୁଛି।

Related Articles

Back to top button
WP Twitter Auto Publish Powered By : XYZScripts.com