Breaking NewsFeaturedଭାଇରାଲ୍ ଭିଡିଓ

ଏମିତି ଏକ ଗାଁ ଯେଉଁଠି ବାସ କରନ୍ତି ୬୦୦ ସୁନ୍ଦରୀ ମହିଳା, ବିବାହ ପାଇଁ ମିଳୁନି ଜୀବନସାଥୀ

ଚାଲିଛି ବିବାହ ଋତୁ । ବାହା ହେବା ପାଇଁ ଆପଣଙ୍କୁ ଝିଅ ମିଳୁ ନାହନ୍ତି କି । ହେଲେ ଏମିତି ଏକ ଗାଁ ଅଛି ଯେଉଁଠି ଆପଣଙ୍କୁ ଖାଲି ଝିଅ ହିଁ ଝିଅ ମିଳିବେ । ହଁ ଦର୍ଶକ ବନ୍ଧୁ ଏମିତି ଏକ ଗାଁ ଅଛି ଯେଉଁଠି ଜଣେ କି ଦୁଇ ଜଣ ନୁହଁ ବରଂ ୬୦୦ ସୁନ୍ଦରୀ ଯୁବତୀଙ୍କୁ ବିବାହ କରିବା ପାଇଁ ପୁଅ ମିଳୁନାହାନ୍ତି । ଅଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟା କିନ୍ତୁ ପୁରା ପୁରି ସତ । ଆପଣ ନିଶ୍ଚୟ ଭାବୁଥିବେ କେଉଁଠି ଏହି ଗାଁ ଅଛି ଯେଉଁଥି ଏତେ ସୁନ୍ଦରୀ ମହିଳାଙ୍କୁ ପୁରୁଷ ବନ୍ଧୁ ମିଳୁନାହାନ୍ତି । ତେବେ ଆଉ ଡେରି କାହିଁକି ଆସନ୍ତୁ ଜାଣିବା କେଉଠି ଅଛି ଏହି ଗାଁ ଯେଉଁଠି ବସ କରୁଛନ୍ତି ୬୦୦ ସୁନ୍ଦରୀ ମହିଳା ।

ଦର୍ଶକ ବନ୍ଧୁ ବ୍ରାଜିଲ ପାହାଡ ମଝିରେ ଥିବା ଏ ହେଉଛି ନୋଇବା ଦୋ କୋରଡେଇରୋ କସବେ ଗାଁ । ଯେଉଁଠାରେ ୬୦୦ ମହିଳାଙ୍କୁ ଅବିବାହିତ ପୁରୁଷ ମିଳିବା ଖୁବ କଷ୍ଟକର ବ୍ୟାପାର । ତେଣୁ ଗାଁର ଅଧିକାଂଶ ଝିଅ କୁଆଁରୀ ଅଛନ୍ତି । ଯେଉଁମାନେ ଜୀବନସାଥୀଟିଏ ଖୋଜିବାରେ ବ୍ୟସ୍ତ । ତେବେ ଏତେ ସୁନ୍ଦରୀ ଯୁବତୀଙ୍କୁ କାହିଁକି ମିଳୁ ନାହାନ୍ତି ଯୁବକ ? କାହିଁକି ନା ଏଠାରେ ରହୁଥିବା ପୁରୁଷମାନେ ବିଭିନ୍ନ ସହରମାନଙ୍କରେ ରହି କାମ କରନ୍ତି । ତେଣୁ ପୁରା ଗାଁର ଦାୟିତ୍ୱ ଏହି ମହିଳାଙ୍କ କାନ୍ଧ ଉପରେ ଥାଏ । ଘର ଓ ବାହାରର ସବୁକିଛି ଦାୟିତ୍ୱ ଏମାନେ ବୁଝିଥାନ୍ତି ।

ଗାଁରେ ବାସ କରୁଥିବା ଏହି ୬୦୦ ମହିଳାଙ୍କ ମଧ୍ୟରୁ ଅଧିକାଂଶ ମହିଳାଙ୍କ ବୟସ ୨୦ରୁ ୨୫ ବର୍ଷ । ଆଉ ସବୁଠୁ ବଡ କଥା କସବେରେ ଥିବା ପୁରୁଷଙ୍କ ମଧ୍ୟରୁ ଅଧିକାଂଶ ପୁରୁଷ ଏଠାରେ ଥିବା ମହିଳାଙ୍କ ସମ୍ପର୍କୀୟ ଭାଇ । ଏଠାରେ ବାସକରୁଥିବା ମହିମାନେ ପ୍ରେମ ଓ ବିବାହର ସ୍ୱପ୍ନ ତ ଦେଖନ୍ତି ହେଲେ ଏଥିପାଇଁ ରହିଛି ଏକ ସର୍ତ୍ତ । ଏହି ସର୍ତ୍ତ ଅନୁସାରେ ବିବାହ ପରେ ମହିଳାମାନେ ନିଜ ଗାଁ ଛାଡି ଯିବାକୁ ଚାହାନ୍ତି ନାହିଁ । ବିବାହ ପରେ ମଧ୍ୟ ସ୍ୱାମୀ ଓ ପିଲାଙ୍କ ସହ ସାରା ଜୀବନ ନିଜ ଗାଁରେ ରହିବାକୁ ଇଚ୍ଛା କରନ୍ତି । ଏମମିତି କି ବିବାହ ପରେ ପୁଅକୁ ଝିଅ ଘରେ ଆସି ରହିବାକୁ ପଡିବ । ଏଥିସହ ଝିଅ ଘର ପରିବାରର ସମସ୍ତ ନୀତିନିୟମ ମାନି ଚଳିବାକୁ ପଡିବ ।

ତେବେ କସ୍ବେରେ କିଛି ମହିଳା ବିବାହିତ ଅଛନ୍ତି। ଯେଉଁମାନଙ୍କ ସ୍ୱାମୀ ଓ ୧୮ ବର୍ଷରୁ ଅଧିକ ବୟସର ପୁଅ କାମ କରିବା ଲାଗି ଗାଁଠୁ ଦୂରରେ ରହିଆସୁଛନ୍ତି । ଗାଁରେ ଚାଷବାସଠୁ ଆରମ୍ଭ କରି ସବୁ କାମ ମହିଳା ହିଁ ବୁଝିଥାନ୍ତି। ଗାଁର ସବୁଠାରୁ ଖାସ୍ କଥା ହେଉଛି, ଏଠାରେ ଥିବା ମହିଳା ଏକଜୁଟ୍ ହୋଇ ରହିବାର କାରଣ ଏମାନଙ୍କ ମଧ୍ୟରେ ଦୃଢ଼ ଏକତା । ।

Related Articles

Back to top button
WP Twitter Auto Publish Powered By : XYZScripts.com