Breaking NewsFeaturedକ୍ରୀଡ଼ା

ଭାରତକୁ ହରାଇବା ପାଇଁ ବାଂଲାଦେଶକୁ ସେହେର ସିନୱାରୀ ଅଫର, ମ୍ୟାଚ ଜିତିଲେ ତମ ସାଥିରେ…

ଭାରତ ଉପରେ ପାକିସ୍ତାନର ସବୁବେଳେ ରାଗ ରହିଥାଏ । ଏହାର ଅନେକ ଉଦାହରଣ ଅତୀତରେ ଦେଖିବାକୁ ମିଳିଛି ଏବଂ ବର୍ତ୍ତମାନ ଦେଖିବାକୁ ମିଳୁଛି ମଧ୍ୟ । ଏବେ ଏହାର ଏକ ବଡ ଉଦାହରଣ ରୂପେ ସାମ୍ନାକୁ ଆସିଛି ପାକିସ୍ତାନୀ ଅଭିନେତ୍ରୀଙ୍କ ଏକ ପୋଷ୍ଟ । ଚଳିତ ବିଶ୍ୱକପରେ ଭାରତ ଠାରୁ ପାକିସ୍ତାନ ହାରିବାପରେ ନାନାଦି ଜିନିଷପତ୍ର ଭାଙ୍ଗିଥିଲେ ପାକିସ୍ତାନୀ ସମର୍ଥକ । ଯାହାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା । ଏବେ ଭାରତକୁ ହରାଇବାକୁ ବାଂଲାଦେଶକୁ ଟିଆଉଛି ପାକିସ୍ତାନ । ଏମିତିରେ ଖେଳରେ ସବୁଦେଶ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥାନ୍ତି । ତଥାପି ବାଂଲାଦେଶୀ କ୍ରିକେଟରଙ୍କ ମନୋବଳ ବଢାଇବାକୁ ବୁଷ୍ଟର ଡୋକ ଭାବେ ଏକ ଅଫର ଦେଇଛନ୍ତି ପାକିସ୍ତାନୀ ଅଭିନେତ୍ରୀ ସେହେର ସିନୱାରୀ ।

ସେ କହିଛନ୍ତି ଯଦି ବାଂଲାଦେଶ ଭାରତକୁ ହରାଇବ ତେବେ ମୁଁ ସେମାନଙ୍କ ସହିତ ଡେଟିଂରେ ଯିବି । ଏନେଇ ସୋସିଆଲ ମିଡିଆ ଏକସରେ ସେ ଲେଖିଛନ୍ତି ଯେ, “ଇନ୍ସାଲ୍ଲା ମୋର ବଙ୍ଗୀୟ ବନ୍ଧୁମାନେ ପରବର୍ତ୍ତୀ ମ୍ୟାଚରେ ଆମ ପାଇଁ ପ୍ରତିଶୋଧ ନେବେ। ଯଦି ତାଙ୍କ ଦଳ ଭାରତକୁ ପରାସ୍ତ କରିବାରେ ସଫଳ ହୁଏ, ତେବେ ମୁଁ ଢ଼ାକା ଯିବି ଏବଂ ବଙ୍ଗୀୟ ଯୁବକଙ୍କ ସହିତ ରାତ୍ରୀ ଭୋଜନ କରିବି । ଯାହା ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଭାରତ ବିଶ୍ୱକପରେ ଅଷ୍ଟ୍ରେଲିଆ, ଆଫଗାନିସ୍ତାନ ଏବଂ ପାକସ୍ତାନକୁ ହରାଇସାରିଛି । ଗୁରୁବାର ଭାରତ ପୁଣେରେ ବାଂଲାଦେଶ ବିପକ୍ଷରେ ବିଶ୍ୱକପର ଚତୁର୍ଥ ମ୍ୟାଚ୍ ଖେଳିବାକୁ ଥିବାବେଳେ ଏହି ଅଫର ଦେଇଛନ୍ତି ଅଭିନେତ୍ରୀ ସେହେର । ତେବେ ଆଜିର ମ୍ୟାଚରେ ବାଂଲାଦେଶ ଉପରେ ସେହେରଙ୍କ ଏହି ହନିଟ୍ରାପ ରୂପକ ଅଫରର ପ୍ରଭାବ କେମିତି କାର୍ଯ୍ୟ କରୁଛି ତାହା ଦେଖିବାକୁ ବାକିରହିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com