Breaking NewsFeaturedଐତିହ୍ୟ ଓ ସଂସ୍କୃତି

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଣ କଥା ହେଲେ PM Narendra Modi

ହମାସ ଏବଂ ଇସ୍ରାଲେ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢେଇ । ହମାସ ସଂଗଠନ ପାଲେଷ୍ଟାଇନକୁ ସମର୍ଥନ କରି ଯୁଦ୍ଧ ଜାରି ରଖିଛି । ଯାହା ବର୍ତ୍ତମାନ ଧୀରେ ଧୀରେ ସମଗ୍ର ବିଶ୍ୱରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି କରିଛି । ଏହାରି ଭିତରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଜାର ଅଲ ଅହଲି ହସ୍ପିଟାଲରେ ସାଧାରଣ ଲୋକଙ୍କ ଜୀବିନ ହାନୀ ନେଇ ପ୍ରଧାନମନ୍ତ୍ରୀ ସମବେଦନା ଜଣାଇଛନ୍ତି । ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମ ନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାଲେଷ୍ଟାଇନବାସୀଙ୍କ ପାଇଁ ଭାରତ ସହାୟତା ଜାରି ରଖିବ । ଏହା ବ୍ୟତୀତ ଆତଙ୍କବାଦ, ହିଂସା ଏବଂ ଏହି ଅଞ୍ଚଳରେ ଖରାପ ହେଉଥିବା ନିରାପତ୍ତା ସ୍ଥିତିକୁ ନେଇ ଗଭିର ଉଦବେଗ ପ୍ରକାଶ କରିଛନ୍ତି ମୋଦି । ଏବଂ ସେ ଇସ୍ରାଏଲ -ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟକୁ ଦୋହରାଇଛନ୍ତି ।
ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଆବାସଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି ।

ତେବେ ସେ ସବୁ ପ୍ରଶ୍ନ କଣ ଆସନ୍ତୁ ନଜର ପକେଇବା…
୧- ମହମ୍ମଦ ଆବାସ ଇସ୍ରାଏଲ ଇଚ୍ଛା ଅନୁସାରେ କାମ କରନ୍ତି କି ?
୧୯୬୪ରେ ପାଲେଷ୍ଟାଇନ ପ୍ରଶାସନ ଅର୍ଥାୀତ ପିଏଲଓ ଗଠନ କରାଯାଇଥିଲା । ୧୯୯୩ରେ ଇସ୍ରାଏଲ ଏବଂ ପାଲେଷ୍ଟାଇନ ବିବାଦର ସମାଧାନ ପାଇଁ ଏକ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ଯାହାର ଉଦେ୍ଦଶ୍ୟ ଥିଲା ଏହି ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା । ତେବେ ଏହି ଚୁକ୍ତିନାମାର ଅବଧି ମଧ୍ୟରେ ଆଲୋଚନା ହୋଇଥିଲା କିନ୍ତୁ ସମସ୍ତେ ବିଫଳ ହୋଇଥିଲେ । ତେବେ ପାଲେଷ୍ଟାଇନରେ ମଧ୍ୟ ପ୍ରଶାସନ ରହିଛି । ତେଣୁ ଅନେକ କାରଣରୁ ପାଲେଷ୍ଟାଇନୀୟାନମାନେ ଅନୁଭବ କରୁଛନ୍ତି ଯେ ଇସ୍ରାଏଲର ଇଛା ଅନୁଯାୟୀ ସେମାନଙ୍କ ପ୍ରଶାସନ ଚାଲିଛି ।
୨- ହମାସ କଣ?

୧୯୮୦ଦଶକରେ ପ୍ରତିଷ୍ଠା ହୋଇଥିଲା ହମାସ । ଯାହା ଏକ ଉଗ୍ରବାଦୀ ସଂଗଠନ ଏବଂ ଏକ ରାଜନୈତିକ ଦଳ । ହମାସର ଅର୍ଥ ହେଉଛି ଇସଲାମିକ ପ୍ରତିରୋଧ ଆନେ୍ଦାଳନ । ଯାହାକୁ ପ୍ରତିଷ୍ଠା କରିଥିଲେ ହମାସର ଧାର୍ମିକ ନେତା ଶେଖ ଅହମ୍ମଦ ଥିଲେ । ୨୦୦୪ରେ ଇସ୍ରାଏଲ ଆକ୍ରମଣରେ ସେ ନିହତ ହୋଇଥିଲେ । ତେବେ ହମାସ ଗାଜା ଷ୍ଟ୍ରିପରୁ କାର୍ଯ୍ୟକରେ । ଏବଂ ଏଠାରେ ଏହି ସଂଗଠନ ସରକାରଚଳାଇ ଲୋକଙ୍କୁ ସାହାଯ୍ୟ କରିଥାଏ । ଏହାର ଏକ ସାମରିକ ୱିଙ୍ଗ ଅଛି, ଯାହାର ନାମ ଇଜଜେଡିନ ଅଲ-କାସାମ ବ୍ରିଗେଡ । ତେବେ ଇସ୍ରାଏଲ ଉପରେ ଆକ୍ରମଣ ପାଇଁ ଏହି ବ୍ରିଗେଡ ଦାୟୀ ।

ସେହିପରି ଆହୁରି ଅନେକ ପ୍ରଶ୍ନ ମଧ୍ୟ ସୃା୍ଟି ହେଉଛି ଯେପରି କି ପାଲେଷ୍ଟାଇନ ଜାତୀୟ ପ୍ରାଧିକରଣ ଏବଂ ହମାସ ମଧ୍ୟରେ ପାର୍ଥକ୍ୟ କଣ?, ଇସ୍ରାଏଲ୍-ପାଲେଷ୍ଟାଇନ ପ୍ରସଙ୍ଗରେ ଭାରତର ଦୀର୍ଘ ଦିନର ନୀତିଗତ ଆଭିମୁଖ୍ୟ କ’ଣ?, ଦୁଇଟି ରାଜ୍ୟ ସିଦ୍ଧାନ୍ତ କ’ଣ?, ଆନ୍ତର୍ଜାତୀୟ ମାନବ ଅଧିକାର ଆଇନ କ’ଣ? ଭାରତ ପାଲେଷ୍ଟାଇନକୁ ସମର୍ଥନ କରିବ କି?ଏଭଳି ଅନେକ ପ୍ରସଙ୍ଗରେ ଆଲୋଚନା ନେଇ ଚର୍ଚ୍ଚା ହେଉଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com