Breaking NewsFeaturedରାଜନୀତି

ଦୁର୍ବଳ ହୋଇପଡୁଛନ୍ତି କି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ?

ରାଜଧଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ । ଦିଲ୍ଲୀର ବିକାଶରେ ରହିଛି ତାଙ୍କର ଅଦମ୍ୟ ଭୂମିକା । ଯେଉଁଥିପାଇଁ ଦୁଇ ଥର ତାଙ୍କୁ ଦୀଲ୍ଲୀବାସୀ ମୁଖ୍ୟମନ୍ତ୍ରୀ ଭାବେ ବାଛିଛନ୍ତି । ଏତେ ଜନପ୍ରିୟ ହୋଇମଧ୍ୟ ବିବାଦ ତାଙ୍କ ପିଛା ଛାଡୁନି । ବିରୋଦୀ ଦାଉ ସାଧିବାକୁ ସୁଯୋଗ ଉଣ୍ଡି ବସୁଛନ୍ତି । କୌଣସି ନା କୌଣସି ଘଟଣାକୁ ନେଇ ଆଇନର ଜାଲରେ ସେ ଛନ୍ଦି ହୋଇଯାଉଛନ୍ତି । ପୂର୍ବରୁ ତାଙ୍କ ନାଁରେ ଥିବା ଏକ ମାମଲାକୁ ନେଇ ଘାଣ୍ଟୁଛି ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ ବା ଇଡି । ଯାହାକୁ ନେଇ ପୁଣି ଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢିଛି । ମଦ ଦୁର୍ନିିତି ମାମଲାରେ ପଚରାଉଚରା ପାଇଁ କେଜ୍ରିୱାଲଙ୍କୁ ନୋଟିସ ପଠାଇଛି ଇଡି । ଆସନ୍ତା ନଭେମ୍ବର ୨ ତାରିଖରେ ହାଜର ହେବାପାଇଁ ତାଙ୍କୁ କୁହାଯାଇଛି ।

ଏହା ପୂର୍ବରୁ ଏପ୍ରିଲ ୧୬ରେ ଅବକାରୀ ନୀତି ଦୁର୍ନୀତି ମାମ୍ଲାରେ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ୯ ଘଣ୍ଟା ପଚରାଉଚରା କରିଥିଲା । ଅନ୍ୟପଟେ ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଜାମିନ ଆବେଦନକୁ ସୋମବାର ସୁପ୍ରିମକୋର୍ଟ ଖାରଜ କରିଦେବା ପରେ କେଜ୍ରିୱାଲଙ୍କୁ ଇଡିର ସମନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ମଦ ଦୁର୍ନୀତି ମାମଲାରେ ୩୩୮ କୋଟିର ନେଣଦେଣ ହୋଇଥିବା ଇଡି ଅସ୍ଥାୟୀ ଭାବେ ପ୍ରମାଣିତ କରିଥିବାରୁ କୋର୍ଟ ମନିସ ସିସୋଦିଆଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିବା କୁହାଯାଉଛି ।

ତେବେ ଏଠି କହିରଖୁଛି ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେର ଫେର ମାମଲାରେ ଛନ୍ଦି ହୋଇଯାଇଛନ୍ତି ଆମଆଦମୀ ପାର୍ଟିର ଜଣେପରେ ଜଣେ ନେତା । ପ୍ରଥମେ ଆପ ସାଂସଦ ସଞ୍ଜୟ ସିଂଙ୍କ ଗିରଫ ପରେ ବିଜେପି ନେତା ସିଧାସଳଖ କେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲେ ଏବଂ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ଅଜଣାତରେ ଏତେ ବଡ ଅନିୟମିତତା କେବେବି ହୋଇପାରିବ ନାହିଁ । ଏପରିକି ଦୁର୍ନୀତିରେ କେଜ୍ରିୱାଲଙ୍କ ସମ୍ପୃକ୍ତି ଥିବା ବିଜେପି ନେତା ଅଭିଯୋଗ କରିଥିଲେ ।

ତେବେ ସବୁଠୁ ମଜାଦର କଥା ହେଉଛି ଯେ, ଅନେକ ପ୍ରସଙ୍ଗକୁ ଭିର୍ତ୍ତିକରି ଦିଲ୍ଲୀ ଆଉ କେନ୍ଦ୍ର ସରକାରଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲିଛି । ସେପଟେ କେଜ୍ରିୱାଲ ଆଇଏନଡିଆଇଏ ମେଂଟରେ ରହି ମଧ୍ୟ କଂଗ୍ରେସ ସହିତ ଉତ୍ତମ ସମ୍ପର୍କ ନଥିବା ବହୁବାର ଦେଖିବାକୁ ମିଳିଲାଣି । ଫଳରେ କେଜ୍ରିୱାଲ ଏକୁଟିଆ ହୋଇଯାଉଛନ୍ତି । ଯାହାର ସୁଯୋଗରେ ତାଙ୍କ ବିରୋଧୀ ଶକ୍ତି ହରଣ କରିବାକୁ ରାସ୍ତା ପାଇଯାଉଛନ୍ତି ବୋଲି ଆଲୋଚନା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com