Breaking NewsFeaturedରାଜନୀତି

କର୍ଣ୍ଣାଟକ ରାଜନୀତିରେ ମହାନାଟକ: ଚମକାଇଦେଲା ବିଜେପି ନେତାଙ୍କ ବୟାନ

ଜଣେ କି ଦୁଇଜଣ ନୁହେଁ, ୫୦ କଂଗ୍ରେସ ବିଧାୟକ ମିଶିବେ ବିଜେପିରେ। ଫଳରେ କର୍ଣ୍ଣାଟକର କଂଗ୍ରେସ ସରକାର ପ୍ରତି ସୃଷ୍ଟି ହୋଇପାରେ ସଂକଟ। ହଁ, ଆଜ୍ଞା, ଏ କଥା ଆମେ କହୁନୁ, ଭାରତୀୟ ଜନତା ପାର୍ଟି ନେତା ତଥା ପୂର୍ବତନ ବିଧାୟକ ମୁରୁଗେଶ ନିରାନୀ କରିଛନ୍ତି ଏଭଳି ଦାବି। ଫଳରେ କର୍ଣ୍ଣାଟକ ରାଜନୀତିରେ ପୁଣି ଥରେ ଆଲୋଡ଼ନ ସୃଷ୍ଟି ହୋଇଛି। ବିଜୟପୁରରେ ସେ କହିଛନ୍ତି ଯେ ଅତି କମରେ ୫୦ ଜଣ କଂଗ୍ରେସ ବିଧାୟକ ଖୁବ ଶୀଘ୍ର ବିଜେପିରେ ଯୋଗଦେବାକୁ ଯାଉଛନ୍ତି। ବିଜେପି ନେତାଙ୍କ ଏହି ବିବୃତିରେ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ ମଧ୍ୟ ପଛଘୁଞ୍ଚା ଦେଇଛନ୍ତି।

ନିରାନୀ କହିଛନ୍ତି, ଶାସକ କଂଗ୍ରେସରେ ଚାରୋଟି କ୍ୟାମ୍ପ ଅଛି। ପ୍ରତ୍ୟେକ କ୍ୟାମ୍ପ୍ ଡେପୁଟି ସିଏମ ଦାବି କରୁଛନ୍ତି। ଏକଜୁଟ ହେବାକୁ ପ୍ରଶାସନ କୌଣସି ଉଦ୍ୟମ ମଧ୍ୟ କରୁନାହିଁ। ବିକାଶ ପାଇଁ ଟଙ୍କା ନାହିଁ ଏବଂ ଏହି ସରକାର କିଛି ମାସ ମଧ୍ୟରେ ହଟିବ। ସମସ୍ତ କଂଗ୍ରେସ ବିଧାୟକ ଏହା ଜାଣିଛନ୍ତି ଏବଂ ସେଥିପାଇଁ ସେମାନେ ବିଜେପିରେ ଯୋଗଦେବାକୁ ଚେଷ୍ଟା କରୁଛନ୍ତି।

ମୁରୁଗେଶ ନିରାନୀଙ୍କ ଏହି ବିବୃତିର ଉତ୍ତରରେ ଶିଳ୍ପ ମନ୍ତ୍ରୀ ଏମ.ବି ପାଟିଲ କହିଛନ୍ତି , ଯଦି ବିଜେପି କଂଗ୍ରେସର ଜଣେ ବିଧାୟକଙ୍କୁ ମଧ୍ୟ ଭାଙ୍ଗିବାକୁ ଚେଷ୍ଟା କରେ, ତେବେ କଂଗ୍ରେସ ମଧ୍ୟ ଅତି କମରେ ୨୫ ଜଣ ବିଧାୟକଙ୍କୁ ଭାଙ୍ଗିବ। ଆମର ୧୩୬ ଜଣ ବିଧାୟକଙ୍କ ସହ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଅଛି। ଯଦି ବିଜେପି ଆମର ବିଧାୟକଙ୍କୁ ଭାଙ୍ଗିବାକୁ ଚେଷ୍ଟା କରେ, ତେବେ ଆମେ ମଧ୍ୟ ଆମ ଦଳରେ ୨୫ ଜଣ ବିଜେପି ବିଧାୟକଙ୍କୁ ସାମିଲ କରିବୁ। ଏଭଳି ପରିସ୍ଥିତିରେ ଆମର ସଂଖ୍ୟା ୧୫୦ କିମ୍ବା ୧୬୦ରେ ପହଞ୍ଚିବ। ତେବେ କାହା କଥା ସତ, ଆଉ କର୍ଣ୍ଣାଟକରେ କଣ ହେବାକୁ ଯାଉଛି ରାଜନୀତିକ ଦୃଶ୍ୟପଟ୍ଟ ତାକୁ ନେଇ ଲାଗି ରହିଛି କଳ୍ପନାଜଳ୍ପନା।

Related Articles

Back to top button
WP Twitter Auto Publish Powered By : XYZScripts.com