ଓଡ଼ିଶା

ଆଜିଠାରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର() ଥିଓରୀ ପରୀକ୍ଷା ପୂର୍ବରୁ ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏକାଥରକେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ । ରାଜ୍ୟର ୧୧୦୦ରୁ ଅଧିକ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କେନ୍ଦ୍ର ହୋଇଛି, ଯେଉଁଠାରେ ପ୍ରାୟ ୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ପରୀକ୍ଷା ଲାଗି କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠା ସରିଛି । ପରୀକ୍ଷାର ସୁପରିଚାଳନା ଲାଗି ପ୍ରତି ଜୋନ୍‌ସ୍ତରରେ ସ୍କ୍ଵାଡ୍‌ ହୋଇଛି । ଏପ୍ରିଲ ୨୮ରୁ ଥିଓରି ପରୀକ୍ଷା ଆରମ୍ଭ ହେବ।

Related Articles

Back to top button
WP Twitter Auto Publish Powered By : XYZScripts.com