ଜାତୀୟ

ଟ୍ରେନ୍‌ରେ ନିଆଁ ଲାଗାଇ ଦେଲେ ଉତ୍ତ୍ୟକ୍ତ ଛାତ୍ର

ପାଟନା() RRB-NTPC ଫଳାଫଳକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ।  ଆଜି ବି ଛାତ୍ରମାନେ ବିହାରର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ଛାତ୍ରମାନେ ଟ୍ରେନରେ ନିଆଁ ଲଗାଇଦେଇଥିଲେ। ବିହାରରର ଏକ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନକୁ ନିଆଁ ଲଗାଇ ଦେବା ସହ ଟେକା ପଥର ମାଡ଼ କରିଥିଲେ।

ଉଭୟ ପକ୍ଷଙ୍କଠାରୁ ଆବେଦନ ଶୁଣିବା ପରେ ଏକ କମିଟି  ରେଳୱେ ମନ୍ତ୍ରୀଙ୍କୁ ରିପୋର୍ଟ ଦେବ।  ଏଥିସହ ଯେଉଁମାନେ ଟ୍ରେନ୍ ପୋଡ଼ା ଜଳା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି। ଏଥିପାଇଁ ରେଳୱେ ପକ୍ଷରୁ ସେମାନଙ୍କୁ ନୋଟିସ୍ କରାଯା‌ଇଛି। ଏହି ଭଙ୍ଗାରୁଜାରେ ଯେଉଁମାନେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ରେଲଲୱେରେ ହେବାକୁ ଥିବା ପରୀକ୍ଷାରେ ବାଦ ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି।

Related Articles

Back to top button
WP Twitter Auto Publish Powered By : XYZScripts.com