Breaking NewsFeaturedରାଜନୀତି

ପୁଣି ଦଳବଦଳାଇବେ ଜୟରାମ ପାଙ୍ଗୀ, ଶଙ୍ଖ-ଫୁଲ ପରେ ଏବେ ଧରିବେ ହାତ

ହାତ ଧରିବେ ଦକ୍ଷିଣ ଓଡିଶାର ଟାଣୁଆ ନେତା ତଥା ପୂର୍ବତନ କୋରାପୁଟ ସାଂସଦ ଜୟରାମ ପାଙ୍ଗି । ଆସନ୍ତା ନଭେମ୍ବର ୧୬ ତାରିଖରେ କଂଗ୍ରେସ ଦଳରେ ଆନୁଷ୍ଠାନିକ ଭାବେ ଯୋଗ ଦେବେ । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକରେ ଏନେଇ ସୂଚନା ଦେଇଛନ୍ତି ଜୟରାମ । ଏଠି କହିରଖୁଛୁ ଜୟରାମ ପ୍ରଥମେ ଜନତା ଦଳରେ ଥିଲେ । ପରେ ବିଜେଡି ଏବଂ ବିଜେପିକୁ ପର୍ଯ୍ୟାୟ କ୍ରମେ ଡେଇଁଥିଲେ । ହେଲେ କକିଛି ଦିନ ତଳେ ବିଜେପି ଛାଡି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ ଦଳରେ ଯୋଗ ଦେଇଥିଲେ ଜୟରାମ । ବାରମ୍ବାର କଂଗ୍ରେସକୁ ବିରୋଧ କରିଥିୁବା ଜୟରାମ ବର୍ତ୍ତମାନ ହାତ ଧରିବାକୁ ଯାଉଛନ୍ତି । ତେବେ ଜୟରାମ ୪ ଥର ବିଧାୟକ ହୋଇଥିବା ବେଳେ ଥରେ ଲୋକସଭାକୁ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

୧୯୭୭ରେ ଜନତା ପାର୍ଟି ଟିକେଟରେ ସେ ପଟାଙ୍ଗି ଆସନରୁ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ୧୯୯୦ରେ ସେ ଏହି ଆସନରୁ ପୁଣି ଥରେ ବିଜୟୀ ହୋଇ ଜନତାଦଳ ଟିକେଟରେ ବିଧାନସଭାକୁ ଯାଇଥିଲେ । ୨୦୦୦ ଓ ୨୦୦୪ରେ ଜୟରାମ ପାଙ୍ଗୀ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ବିଜେଡି ଟିକେଟରେ କୋରାପୁଟ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୭ରେ ସେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ ।

୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେପି ଟିକେଟରେ କୋରାପୁଟ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ । ଜୟରାମ ନିକଟ ଅତିତରେ ବିଜେପି ଛାଡି ବିଆରଏସରେ ଯୋଗ ଦେଇଥିଲେ । ହେଲେ ଜୟରାମଙ୍କୁ ବିଆରଏସର ରାଜନୈତିକ ସମୀକରଣ ବୋଧେ ସୁହାଇଲା ନାହିଁ । ଯେଉଁଥିପାଇଁ ସେ ବର୍ତ୍ତମାନ କଂଗ୍ରେସରେ ଯୋଗ ଦେବାକୁ ଯାଉଛନ୍ତି । ତେବେ ସବୁବେଳେ କଂଗ୍ରେସକୁ ବିରୋଧ କରୁଥିବା ଜୟରାମ ଏବେ ଦଳ ବଦଳେଇବାକୁ ଯାଉଛନ୍ତି । ଆଗକୁ ନିର୍ବାଚନ ଥିବାବେଳେ ଜୟରାମ ପାଙ୍ଗିଙ୍କ ଦଳବଦଳ ନିର୍ବାଚନ ଫଳାଫଳରେ କି ପ୍ରଭାବ ପକେଇବ ତାହା ତ ଲୋକେ ବିଚାର କରିବେ । ସେପଟେ ଜୟରାମ କଂଗ୍ରେସ ଦଳରେ ଯୋଗଦାନ ଖବର ବିରୋଧୀ ଦଳକୁ ଚିନ୍ତାରେ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com