ଅନ୍ତର୍ଜାତୀୟ
ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଥିବା ଜାତିସଂଘ ପୂର୍ବରୁ ଆକଳନ
ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିବା ଆମେରିକାର ସେନ୍ସସ୍ ବ୍ୟୁରୋ ଆକଳନ କରିଛି। ଜନ୍ମହାର କମିଥିଲେ ମଧ୍ୟ ଲୋକଙ୍କ ଆୟୁଷ ବଢ଼ିଥିବାରୁ ଜନସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ଗତ ସେପ୍ଟେମ୍ବର ୨୬ରେ ଜନସଂଖ୍ୟା ୮୦୦ କୋଟି ଅତିକ୍ରମ କରିଥିଲା।
ଅନ୍ୟପକ୍ଷରେ ୨୦୨୨ ନଭେମ୍ବର ୨୨ରେ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଟପିଥିବା ଜାତିସଂଘ ପୂର୍ବରୁ ଆକଳନ କରିବା ସହ ଉକ୍ତ ଦିନକୁ ‘ଡେ ଅଫ୍ ୮ ବିଲିୟନ’ ଭାବେ ଘୋଷଣା କରିଥିଲା।