ଶିକ୍ଷା
ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୁଇଗୁଣା
ଆମେରିକାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ଅନ୍ୟପକ୍ଷରେ ସେଠାରେ ଚାଇନା ଶିକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି।
ସେପ୍ଟେମ୍ବର ତଥ୍ୟ ଅନୁଯାୟୀ ଭାରତୀୟ ଛାତ୍ର ଭିଜାଧାରୀଙ୍କ ସଂଖ୍ୟା ୩,୨୦,୦୦୦ରୁ ଅଧିକ ହୋଇଥିବାବେଳେ ଚାଇନାର ୨,୫୪,୦୦୦।ଗତବର୍ଷ ନଭେମ୍ବରରେ ପ୍ରକାଶିତ ବ୍ରିଟେନ୍ ତଥ୍ୟ ଅନୁଯାୟୀ ସେଠାରେ ମଧ୍ୟ ଚାଇନା ଛାତ୍ରୀଛାତ୍ରଙ୍କୁ ଭାରତୀୟମାନେ ଟପିଛନ୍ତି।
୨୦୨୨ର ପ୍ରଥମ ୩ଟି ତ୍ରୈମାସିକରେ ଭାରତୀୟ ଛାତ୍ର ହିଁ ଅଧିକ ଭିଜା ନେଇଛନ୍ତି।