ଅନ୍ତର୍ଜାତୀୟ

ଗାଜାର ଶିଫା ହସ୍ପିଟାଲ ସମେତ ୩ଟି ହସ୍ପିଟାଲ ବାହାରେ ଲଢ଼େଇ ଜାରି

ଗାଜାର ଶିଫା ହସ୍ପିଟାଲ ସମେତ ୩ଟି ହସ୍ପିଟାଲ ବାହାରେ ଲଢ଼େଇ ଜାରି ରହିଥିବାରୁ ଇନ୍ଧନ ଯୋଗାଣ ବନ୍ଦ ହୋଇଯାଇଛି। ବିଦ୍ୟୁତ୍‌ ନ ଥିବାରୁ ଡାକ୍ତରୀ ଉପକରଣଗୁଡ଼ିକ କାମ କରୁନାହିଁ।ଇସ୍ରାଏଲ୍‌ ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଗାଜାର ପ୍ରାୟ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟିଲାଣି।

ଗାଜା ଉପରେ ବୋମାମାଡ଼ ଓ ସାଧାରଣ ନାଗରିକଙ୍କୁ ହତ୍ୟା ବନ୍ଦ କରିବାକୁ ହେବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକରଁ କହିଛନ୍ତି। ବୋମାମାଡ଼ କରିବାର କୌଣସି ଯଥାର୍ଥତା ନାହିଁ।

ଯୁଦ୍ଧବିରତି ଦ୍ୱାରା ଇସ୍ରାଏଲ୍‌ ଲାଭବାନ୍‌ ହେବ ବୋଲି ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି। ହମାସ୍‌ର ଆତଙ୍କବାଦୀ କାର୍ଯ୍ୟକୁ ଫ୍ରାନ୍ସ ନିନ୍ଦା କରୁଛି।

Related Articles

Back to top button