ଅନ୍ତର୍ଜାତୀୟ

କରଜ ଆଣିବ ପାକିସ୍ତାନ

ପାକିସ୍ତାନର ଅର୍ଥନୀତି ଅଚଳାବସ୍ଥାଦେଇ ଗତି କରୁଥିବାବେଳେ ସେଥିରେ ଦାଉ ସାଧିଛି ଇସ୍ରାଏଲ-ହମାସ ଯୁଦ୍ଧ। ଯୁଦ୍ଧର ଗଭୀର ପ୍ରଭାବ ପାକିସ୍ତାନ ଉପରେ ପଡିଛି।

ତେବେ ଦେଶର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଅର୍ନ୍ତରାଷ୍ଟ୍ରୀୟ ମୁଦ୍ରା କୋଷରୁ ପାକିସ୍ତାନ କରଜ ଆଣିବା ପାଇଁ ନିଷ୍ପତ୍ତି ନେଇଛି।

ଏନେଇ ଦେଶର ଅର୍ଥ ମନ୍ତ୍ରୀ ଶାମଶାଦ ଅକତର କହିଛନ୍ତି, ଆମେ ଆଇଏମଏଫ ସହ ସୁସମ୍ପର୍କ ରକ୍ଷା କରୁଛୁ। ଆଗାମୀ ବର୍ଷ ହେବାକୁ ଥିବା ନିର୍ବାଚନ ପରେ ଦେଶକୁ ଏକ ଅରବ ଡଲାରର କରଜ ଶୁଝିବାର ଅଛି।

Related Articles

Back to top button
WP Twitter Auto Publish Powered By : XYZScripts.com