ସବୁଠି ବିଶ୍ୱକପ କ୍ରେଜ, ଅହମ୍ମଦାବାଦରେ ୧୦ ହଜାର ତଳକୁ ନାହିଁ ରୁମ
![](https://i0.wp.com/odia.mobilenews24x7.com/wp-content/uploads/2023/11/crickkkk.jpg?resize=768%2C432&ssl=1)
ରବିବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ବିଶ୍ୱକପ ଫଇନାଲ ଫାଇଟ । ସୁପର ସଣ୍ଡେରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିିବ ଗ୍ରାଣ୍ଡ ଫିନାଲେ । ହେଲେ ଏହା ପୂର୍ବରୁ ମହଙ୍ଗା ହେବାରେ ଲାଗିଛି ଅହମ୍ମଦାବାଦ ସହର ।
ଟିମ ଇଣ୍ଡିଆ ବିଶ୍ୱକପ ଫାଇନାଲ ମ୍ୟାଚ ଦଖିବାକୁ କ୍ରିକେଟ ପ୍ରେମୀଙ୍କ ଆଗ୍ରହ ବଢୁଥିବା ବେଳେ ସେପଟେ ଆକାଶ ଛୁଆଁ ହୋଟେଲ ଭଡା । ବିଶ୍ୱକପ ଫାଇନାଲ ପାଇଁ ଅହମ୍ମଦାବାଦରେ ହୋଟେଲ ଭଡା ଟପିଲାଣି ଏକ ଲକ୍ଷ ଟଙ୍କା ।
ସେପଟେ ଅହମ୍ମଦାବାଦକୁ ବିମାନ ଭଡା ମଧ୍ୟ ୩୫ ହଜାର ପାର କରିଛି । ନଭେମ୍ବର ୧୯ ରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ର ଫାଇନାଲରେ ଭାରତ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବେ । ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଚମତ୍କାର ବିଜୟ ପରେ ବିଶ୍ୱର ସର୍ବବୃହତ ଷ୍ଟାଡିୟମରେ କ୍ରିକେଟ୍ ପ୍ରଶଂସକମାନେ ଉତ୍ସାହର ସହିତ ଫାଇନାଲ ମ୍ୟାଚକୁ ଅପେକ୍ଷା କରିଛନ୍ତି ।
କିନ୍ତୁ ଏହି ସମୟରେ ମ୍ୟାଚ୍ ଟିକେଟ୍ ଏବଂ ହୋଟେଲଗୁଡ଼ିକର ମୂଲ୍ୟ ଆକାଶଛୁଆଁ ହୋଇଛି । ଅହମ୍ମଦାବାଦରେ ଏକ ହୋଟେଲ ରୁମର ହାରାହାରି ମୂଲ୍ୟ ଗୋଟିଏ ରାତି ପାଇଁ ପ୍ରାୟ ୧୦ ହଜାର ହୋଇପାରେ । ସେହିପରି ଅହମ୍ମଦାବାଦର ପାଞ୍ଚ ତାରକା ହୋଟେଲରେ ରାତ୍ରିଯାପନ କରିବା ପାଇଁ ପ୍ରାୟ ୧ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରେ । ମ୍ୟାଚ୍ ଘୋଷଣା ହେବା ପରେ ସହରରେ ଗୃହ ମୂଲ୍ୟରେ ହଠାତ୍ ବୃଦ୍ଧି ଘଟିଛି । ବିଶ୍ୱକପ ଫାଇନାଲ ନିକଟ ତାରିଖ ପାଇଁ ଅହମ୍ମଦାବାଦକୁ ବିମାନ ଟିକେଟର ମୂଲ୍ୟ ମଧ୍ୟ ୧୦୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । ଭାରତ ଫାଇନାଲରେ ପହଞ୍ଚିବାର ବହୁ ପୂର୍ବରୁ ହୋଟେଲ ରୁମ୍ ମୂଲ୍ୟ ୨୪,୦୦ ଟଙ୍କାକୁ ବୃଦ୍ଧି ପାଇଥିଲା। ଯାହା ବର୍ତ୍ତମାନ ଗୋଟିଏ ରାତି ପାଇଁ ୨ ଲକ୍ଷ ୧୫ ହଜାର ଟଙ୍କାରେ ପହଞ୍ଚିଛି ।
ଅହମ୍ମଦାବାଦରେ ଏକ ହୋଟେଲ ରୁମ୍ ବୁକ୍ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ରାତି ପାଇଁ ପ୍ରାୟ ୧୦ ହଜାର ଟଙ୍କା ଦେବାକୁ ପଡିପାରେ । ଏହାସହ ଚାରି ତାରକା, ପାଞ୍ଚ ତାରକା ହୋଟେଲ ରୁମର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ । ବୁକିଂ ଡଟ୍ କମ୍, ମେକ୍ ମାଇ ଟ୍ରିପ୍ ଏବଂ ଆଗୋଡା ପରି ଟ୍ରାଭେଲ୍ ପ୍ଲାଟଫର୍ମଗୁଡିକ ଫାଇନାଲ୍ ପୂର୍ବରୁ ଅହମ୍ମଦାବାଦରେ ରହିବା ପାଇଁ ଅନେକ ପ୍ୟାକେଜ୍ ଡିଜାଇନ୍ କରିଛି ।
ବିମାନର ମୂଲ୍ୟ ବିଷୟରେ କହିବାକୁ ଗଲେ, ଫାଇନାଲର କିଛି ମାସ ପୂର୍ବରୁ, ଦେଶର ଯେକୌଣସି ସହରରୁ ଅହମ୍ମଦାବାଦ ପର୍ୟ୍ୟନ୍ତ ରାଉଣ୍ଡ ଟ୍ରିପ ଟିକେଟ୍ ମୂଲ୍ୟ ୨୦୦% ରୁ ୩୦୦% କୁ ବୃଦ୍ଧି ପାଇଛି । ସେହିଭଳି ନଭେମ୍ବର ୧୮ରେ ଦିଲ୍ଲୀରୁ ଅହମ୍ମଦାବାଦ ଅଭିମୁଖେ ବିମାନ ଟିକେଟର ମୂଲ୍ୟ ୧୫,୦୦୦ରୁ ଅଧିକ ହୋଇଛି। ତେବେ ଦିନିକିଆ ବିଶ୍ୱକପରେ ଭାରତ ପାଇଁ ଏହା ଚତୁର୍ଥ ଫାଇନାଲ ହେବ ଏବଂ ଏମଏସ ଧୋନିଙ୍କ ଅଧିନାୟକତ୍ୱରେ ୨୦୧୧ ରେ ଘରୋଇ ମାଟିରେ ବିଶ୍ୱକପ ଜିତିବାର ଧାରା ଆରମ୍ଭ କରିଥିବା ଦେଶ ଏହି ଧାରା ଜାରି ରଖିବାକୁ ଚାହିଁବ । ସେବେଠାରୁ ୨୦୧୫ ଏବଂ ୨୦୧୯ ରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟ ନିଜ ନିଜ ମାଟିରେ ବିଶ୍ୱକପ ଜିତିଥିଲେ ।