ଛତିଶଗଡରେ ବାହାରିନି ଫଳଫଳ । କଂଗ୍ରେସ ପାଇଁ ସୃଷ୍ଟି ହେଲାଣି ଟେନସନ ।
ଛତିଶଗଡ ବିଧାନସଭା ନିର୍ବାଚନର ମତଦାନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି । ୨ଟି ପର୍ଯ୍ୟାୟରେ ମୋଟ ୯୦ ଆସନରେ ମତଦାନ ହୋଇଛି । ବର୍ତମାନ ସମସ୍ତ ଦଳ ଓ ଜନତାଙ୍କ ଅପେକ୍ଷା ଫଳଫଳକୁ । ଏଥର କିଏ ଆସିବ କ୍ଷମତାକୁ ।
କଂଗ୍ରେସ ରିପିଟ ହେବ ନା ବିଜେପି ବ୍ୟାକ୍ କରିବ, ତାହା ଡିସେମ୍ବର ୩ରେ ହିଁ ସ୍ପଷ୍ଟ ହୋଇଯିବ । ଅନ୍ୟପଟେ ଚଳିତ ଥର ବିନା ସିଏମ ଚେହେରାରେ ମଇଦାନ ଓହ୍ଲାଇଛି ଉଭୟ ବିଜେପି ଓ କଂଗ୍ରେସ । ତେବେ ଏହାରି ଭିତରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପଦ ପାଇଁ ଆରମ୍ଭ ହୋଇଯାଇଛି ଟଣାଓଟରା । ଯାହା ଭୂପେଶ ବାଘେଲଙ୍କ ମୁଖ୍ୟମନ୍ତ୍ରୀ ହେବା ରାସ୍ତାକୁ ଅସହଜ କରିଦେଇଥିବା ଚର୍ଚ୍ଚା ହେଉଛି । କାରଣ ଏଥର ମୁଖ୍ୟମନ୍ତ୍ରୀ ହେବା ପାଇଁ ଆଶାୟୀ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ଟିଏସ ସିଂ ଦେଓ ।
ଏଠାରେ କହିରଖୁଛୁ ଯେ ନଭେମ୍ବର ୧୭ରେ ମତଦାନ ପରେ ବଘେଲ କହିଥିଲେ ଯେ ଏଥର ତାଙ୍କ ଚେହେରାରେ କଂଗ୍ରେସ ସେଠାରେ ନିର୍ବାଚନ ଲଢିଛି । ତେଣୁ ମୁଖ୍ୟମନ୍ତ୍ରୀ ହେବା ନେଇ ପାର୍ଟି ହାଇକମାଣ୍ଡ ନିଷ୍ପତି ନେବେ ବୋଲି ସେ କହିଥିଲେ । ଶୁଣନ୍ତୁ କଣ କହିଛନ୍ତି ବଘେଲ ।
ବାଇଟ-
ସେପଟେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦାବିଦାର ଅଛନ୍ତି ବର୍ତମାନର ଡେପୁଟି ସିଏମ ଟିଏସ ସିଂ ଦେଓ । ପୂର୍ବରୁ ପଦ ପାଇଁ ଆଶାୟୀ ଥିବା ସିଂଦେଙ୍କ ଏକ ବୟାନ କଂଗ୍ରେସର ଟେନସନ ବଢାଇ ଦେଇଛି । ମୁଖ୍ୟମନ୍ତ୍ରୀ ଚେହେରା ନେଇ ଯେତେବେଳେ ସିଂଦେଓଙ୍କୁ ପଚରା ଗଲା ସେ ଏହାର ସଫେଇ ଦେଇଥିଲେ । ଏମିତି କି ଏଥର ମୁଖ୍ୟମନ୍ତ୍ରୀ ହେବା ଶେଷ ସୁଯୋଗ ବୋଲି ସେ କହିଛନ୍ତି ।
ଯଦି ଏହା ନ ହୁଏ, ତେବେ ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର କୌଣସି ଅର୍ଥ ନାହିଁ, କିମ୍ବା ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି ସିଂ ଦେଓ । ତେବେ ଏଭଳି ପରିସ୍ଥିତିରେ କଂଗ୍ରେସ ହାଇକମାଣ୍ଡ କିଭଳି ନିଷ୍ପତି ନେବ ତାକୁ ଅପେକ୍ଷା ଥିବା ବେଳେ ବର୍ତମାନର ସିଏମ ଥିବା ଭୂପେଶ ବଘେଲଙ୍କୁ ପଦରୁ ହଟାଇବା କଷ୍ଟକର ବୋଲି ଚର୍ଚ୍ଚା ଜୋର ଧରିଛି ।