![](https://i0.wp.com/odia.mobilenews24x7.com/wp-content/uploads/2023/11/sddefault.jpg?resize=640%2C470&ssl=1)
ଜଣେ ଯୁବତୀଙ୍କ ସତ କାହାଣୀକୁ ନେଇ ଆସୁଛି ଏକ ଓଡ଼ିଆ ଫିଲ୍ମ । ଝିଅର ସ୍ମୃତିରେ ଫିଲ୍ମ ନିର୍ମାଣ କରୁଛନ୍ତି ତାଙ୍କ ବାପା । ଫିଲ୍ମର ନାଁ ରହିଛି ‘ବୈଶାଳୀ ମ୍ୟାଡାମ୍’ । ଜଣେ ଝିଅର ଜୀବନ ସଂଘର୍ଷକୁ ନେଇ ଫିଲ୍ମଟି ଆଗକୁ ବଢ଼ିଛି ।
ସୂଚନା ଅନୁସାରେ ଝିଅର ସ୍ମୃତିକୁ ତାଜା ରଖିବା ପାଇଁ ଏହି ଫିଲ୍ମ ନିର୍ମାଣ କରୁଛନ୍ତି ବାଲେଶ୍ୱର ଅଞ୍ଚଳର ଶ୍ରୀନାଥ ରଣା । ଶ୍ରୀନାଥଙ୍କର ଦୁଇ ଝିଅଙ୍କ ମଧ୍ୟରୁ ପ୍ରଥମ ଝିଅର ବାହାଘର ହୋଇଯାଇଛି । ଦ୍ୱିତୀୟ ଝିଅ ବୈଶାଳୀ ରୋଗରେ ପଡ଼ି ୨୭ ମାର୍ଚ୍ଚ ୨୦୨୨ରେ ମୃତ୍ୟୁ ଘଟିଥିଲା ।