ଅନ୍ତର୍ଜାତୀୟ
ଭାରତ ଆସିବେ ବିଲ୍ ନେଲସନ

ନାସା ପ୍ରମୁଖ ବିଲ୍ ନେଲସନ ନଭେମ୍ବର ୨୭ ତାରିଖରେ ଭାରତ ଗସ୍ତରେ ଆସୁଛନ୍ତି । ଏନେଇ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ସୂଚନା ଦେଇଛି ।
ନାସା ତରଫରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ କୁହାଯାଇଛି କି ନେଲସନ ଅନ୍ତରୀକ୍ଷ ଅନୁସନ୍ଧାନ ସହିତ ଜଡିତ ବିଶେଷ ଭାବେ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ସହ ୨୦୨୪ରେ ଲଞ୍ଚ୍ ହେବାକୁ ଥିବା ‘ନିସାର’ ମିଶନକୁ ନେଇ ଭାରତ ଯାତ୍ରା କରୁଛନ୍ତି। ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ନାସା ପ୍ରମୁଖ ତାଙ୍କର ଏହି ଗସ୍ତ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଭାଗ ନେବେ ।




