Breaking NewsFeaturedରାଜନୀତି

ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ ହଜେଇ ଦେଇଛି ସାଂସଦ ଅପରାଜିତାଙ୍କ ନିଦ!

ହଜିଗଲା କି ସାଂସଦ ଅପରାଜିତାଙ୍କ ନିଦ? ପୂର୍ବରୁ କଡ଼ା ସମାଲୋଚନା କରିଆସୁଥିବା ଅପରାଜିତା କଣ ପାଇଁ ଚୁପ ହୋଇପଡ଼ିଲେ? ପାଣ୍ଡିଆନ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଲା ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର ଧରିଛି । ଆଉ ଚର୍ଚ୍ଚା ଏଥିପାଇଁ ହେଉଛି ଯେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ୫ଟି ସଚିବ ରହିବା ପରେ ନବୀନ ଓଡ଼ିଶା ମୋ ଓଡ଼ିଶାର ଅଧ୍ୟକ୍ଷ ହୋଇଛନ୍ତି । ଆଉ ଏବେ ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି ଭିକେ ପାଣ୍ଡିଆନ । ତେବେ ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି ବିରୋଧୀ । ଚାଲିଛି ଅନେକ ଆଲୋଚନା ଏବଂ ପର୍ଯ୍ୟାଲୋଚନା । କିନ୍ତୁ ଏହାକୁ ନେଇ ମୁହଁ ଖୋଲି ନାହାନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯାହାକୁ ନେଇ ଚା’ ଖଟିରୁ ରାଜନୀତି ମହଲ ସବୁଠି ଚର୍ଚ୍ଚା ଚାଲିଛି ଯେ, କୁଆଡେ ବିଜେଡିରେ ପାଣ୍ଡିଆନଙ୍କ ଯୋଗଦାନ, ସାଂସଦ ଅପରାଜିତାଙ୍କ ପାଇଁ ଅଡୁଆ ସାବ୍ୟସ୍ତ ହେବ ।

କାରଣ ଯେତେବେଳେ ବି ସରକାରଙ୍କ କୌଣସି ଯୋଜନା ବା ଉନ୍ନୟନମୂଳକ ପଦକ୍ଷେପ ଆଦି କାର୍ଯ୍ୟକ୍ରମ ହୋଥାଏ, ସେତେବେଳେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥାନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେହିପରି ଚାକିରିରୁ ପାଣ୍ଡିଆନ ଭିଆରଏସ ନେବା ପରେ ଖୁବ୍ ସମାଲୋଚନା କରିଥିଲେ ସାଂସଦ ଅପରାଜିତା । ସିଧା ଟାର୍ଗେଟ କରି ସଫ୍ଟ ଲ୍ୟାଣ୍ଡିଂ ଇନ ପଲିଟିକ୍ସ କହିବାକୁ ପଛାଇନଥିଲେ । ଅଭିଯୋଗ କରିଥିଲେ ଯେ ଇଲେକ୍ସନ କମିଶନର ଅଫ ଇଣ୍ଡିଆର ଆକ୍ସନରୁ ବର୍ତିବା ପାଇଁ ପାଣ୍ଡିଆନ ନେଇଛନ୍ତି ଭିଆରଏସ । ଖାଲି ଏତିକି ନୁହେଁ ଜମି ଦୁର୍ନୀତି ମାମଲା ନେଇ ପରୋକ୍ଷରେ ପାଣ୍ଡିଆନଙ୍କ ହାତ ଥିବା ଅଭିଯୋଗ ଉଠାଇଥିଲେ ଅପରାଜିତା ।

କହିଥିଲେ ରାଜ୍ୟରେ ଯେଉଁ ସବୁ ଜମି ଦୁର୍ନୀତି ହେଉଛି, ଏହା ପଛରେ ବହୁ ପ୍ରଭାବଶାଳୀ ଲୋକମାନଙ୍କ ହାତ ରହୁଛି । ଆଉ ଏହାର ଲିଙ୍କ ତୃତୀୟ ମହଲାର ଜଣେ ସରକାରୀ ଅଫିସରଙ୍କ ସହ ରହିଥିବା କହି ଇଙ୍ଗିତ କରିଥିଲେ ଅପରାଜିତା । ସେହିପରି ଭୁବନେଶ୍ୱରରୁ ୧୫ କିଲୋମିଟର ଦୂରରେ ଜମି ହଡପ ପ୍ରକଳ୍ପ ଚାଲିଛି ବୋଲି ବର୍ଷିଥିଲେ ଏବଂ ବିଭିନ୍ନ ସମୟରେ ଓଡ଼ିଶାରେ ଅଣଓଡିଆ ଶାସନ ଚାଲିଥିବା କହି ପାଣ୍ଡିଆନଙ୍କୁ ଟାର୍ଗେଟ କରିଆସିଛନ୍ତି ଅପରାଜିତା ।

ଅନ୍ୟପଟେ ସବୁ କଥାକୁ ଚାଲେଞ୍ଜ ଆକାରରେ ଗ୍ରହଣ କରି ପାଣ୍ଡିଆନ ଏବେ ରାଜନୀତିରେ ପୂରା ଆକ୍ଟିଭ୍‌, ତେଣୁ ଅପରାଜିତାଙ୍କ ନିରବତା ହିଁ ତାଙ୍କ ନିଦ ଉଡ଼ାଇ ଦେଇଛି ବୋଲି ଏବେ ଚର୍ଚ୍ଚା ଜୋର୍ ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com