Featuredଜାତୀୟ

ଭାରତୀୟ ବାୟୁସେନା ଆଗକୁ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି

ଭାରତୀୟ ବାୟୁସେନା ଆଗକୁ ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ଯୁଦ୍ଧ ବିମାନରେ ସଜେଇ ହେବ ଇଣ୍ଡିଆନ୍ ଏୟାର ଫୋର୍ସ । ଦେଶରେ ସୈନ୍ୟ ଏବଂ ସୁରକ୍ଷା ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ନିଆଯାଇଛି ଏକ ବଡ଼ ପଦକ୍ଷେପ । ବାୟୁସେନା ପାଇଁ ୯୭ଟି ‘ତେଜସ୍’ ଏବଂ ୧୫୬ଟି ‘ପ୍ରଚଣ୍ଡ’ ଯୁଦ୍ଧ ବିମାନ ସାମିଲ କରିବାକୁ ଅନୁମତି ମିଳିସାରିଛି । ଉଭୟ ବିମାନ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ବେଳେ ଏଥିପାଇଁ ପ୍ରାୟ ୧.୧ଲକ୍ଷ କୋଟି ଟଙ୍କାର ସଉଦା କରିବ ଭାରତ । ଏହାବ୍ୟତୀତ ସ୍ଥଳସେନା ପାଇଁ ମଧ୍ୟ କିଛି ହେଲିକପ୍ଟର କିଣାଯିବା ନେଇ ସୂଚନା ମିଳିଛି ।

ମିଳିଥିବା ରିପୋର୍ଟ ଅନୁସାରେ, ଖୁବଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ ହେବାକୁ ଯାଉଛି ତେଜସ ମାର୍କ ୧-ଏ ଯୁଦ୍ଧ ବିମାନ । ଏହାସହିତ ମୋଟ ୯୭ଟି ତେଜସ ବିମାନ ଏବଂ ୧୫୬ଟି ପ୍ରଚଣ୍ଡ ଯୁଦ୍ଧ ବିମାନ ବାୟୁସେନାରେ ସାମିଲ କରିବା ନେଇ ମଞ୍ଜୁର ହୋଇଛି । ସେହିପରି ସ୍ଥଳସେନା ପାଇଁ ମଧ୍ୟ କିଛି ବିମାନ କିଣାଯିବା ପାଇଁ ପ୍ରସ୍ତୁତ ହୋଇଛି ଭାରତ । ତେବେ ପ୍ରତିରକ୍ଷା କ୍ରୟ ପରିଷଦ ଆହୁରି ଅନେକ କିଛି ବ୍ୟବସାୟକୁ ମଞ୍ଜୁରୀ ଦେଇଥିବା ବେଳେ ମୋଟ ୨ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ଆକଳନ କରାଯାଉଛି । ତେବେ ଏହି ମଞ୍ଜୁରୀ ମିଳିବା ପରେ ଏହା ଭାରତ ଇତିହାସରେ ସ୍ୱଦେଶୀ ନିର୍ମାତାଙ୍କୁ ମିଳିଥିବା ସର୍ବଶ୍ରେଷ୍ଠ ଅର୍ଡର ଭାବରେ ରେକର୍ଡ କରାଯାଇଛି ।

ତେବେ ଏହି ବିମାନ ସାମିଲ ହେବା ପରେ ବାୟୁସେନାରେ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତେଜସ ବିମାନ ସଂଖ୍ୟା ୧୮୦ରେ ପହଞ୍ଚିବ । ୨୦୨୧ ମସିହାରେ ରକ୍ଷା ମନ୍ତ୍ରାଳୟ ଭାରତୀୟ ବାୟୁସେନା ପାଇଁ ୮୩ ତେଜସ ଏମକେ-ଏ ବିମାନ କିଣିବା ପାଇଁ ୪୮ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ । ଏଥିପାଇଁ ସରକାରଙ୍କ ଦ୍ୱାରା ପରିଚାଳିତ ଏରୋନଟିକ୍ସ ଲିମିଟେଡ ସହ ବ୍ୟବସାୟ କରିଥିଲେ ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ।

Related Articles

Back to top button
WP Twitter Auto Publish Powered By : XYZScripts.com