ଓଡ଼ିଶା

୮ ବର୍ଷ ଶିଶୁକନ୍ୟାର ଗଳାକାଟି ହତ୍ୟା, କଟାମୁଣ୍ଡ ଧରି ଗାଁ ଦାଣ୍ଡରେ ଦୁର୍ବୃତ୍ତର ଉନ୍ମତ୍ତକାଣ୍ଡ

କୁଚିଣ୍ଡା() କୁଚିଣ୍ଡା ଜମନକିରା ଥାନା କସଡ଼ା ଗ୍ରାମରେ ଅଭାବନୀୟ ଘଟଣା । ଆଠ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗାଁ ଦାଣ୍ଡରେ ଉନ୍ମୁକ୍ତ କାଣ୍ଡ କରିଛି ଦୁର୍ବୃତ୍ତ l କସଡ଼ା ଗ୍ରାମର ନବକିଶୋର ଧରୁଆଙ୍କ ଆଠ ବର୍ଷ ର ଝିଅ ପ୍ରଜାଲିନ ଘର ପାଖ ଚାଷ ଜମିକୁ ଶୌଚ ହେବାକୁ ଯାଇଥିଲା ।

ଏହି ସମୟରେ ଗ୍ରାମର ପ୍ରଶାନ୍ତ ବଗାର ଏକ ଟାଙ୍ଗିଆରେ ଶିଶୁକନ୍ୟାକୁ ହତ୍ୟା କରି କଟା ମୁଣ୍ଡକୁ ହାତରେ ଧରି ଗାଁ ଦାଣ୍ଡରେ ବୁଲିବା ସହ ଏକ ନଳକୂପ ନିକଟରେ ପକାଇ ଦେଇଥିଲା l ପ୍ରଜାଲିନର ପରିବାର ଲୋକେ ମହୁଲ ଗୋଟେଇ ଯାଇଥିବା ବେଳେ ଏଭଳି ଅଘଟଣ ଦେଖିବାକୁ ପାଇଥିଲେ । ଖବର ପାଇ ଜମନକିରା ପୋଲିସ ଘଟଣା ସ୍ଥଳରେ ପହଂଚି ଅଭିଯୁକ୍ତ କୁ କାବୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି l

Related Articles

Back to top button
WP Twitter Auto Publish Powered By : XYZScripts.com