ଅନ୍ତର୍ଜାତୀୟ

ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି

ଦୁଇ ମାସରୁ ଅଧିକ ସମୟ ଧରି ଇସ୍ରାଏଲ-ହମାସ ଯୁଦ୍ଧ ଚାଲିଛି। ଗୋଟିଏ ପଟେ ପାଲେଷ୍ଟାଇନ ଯୁଦ୍ଧ ରୋକିବା ପାଇଁ ସମର୍ଥନ ମାଗୁଥିବାବେଳେ ଅନ୍ୟ ପଟେ ଇସ୍ରାଏଲର ପ୍ରତିଶୋଧ ପରାୟଣ କାର୍ଯ୍ୟାନୁଷ୍ଠାନ ଅଧିକ କଠୋର ହେବାରେ ଲାଗିଛି।

ଇସ୍ରାଏଲ ହମାସ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଏଥିପାଇଁ ନୂଆ କୌଶଳ ଆପଣେଇଛି। ବର୍ତ୍ତମାନ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସମୁଦ୍ର ପାଣିରେ ସୁଡଙ୍ଗ ଭର୍ତ୍ତି କରି ଲୁଚି ରହିଥିବା ଆତଙ୍କବାଦୀଙ୍କୁ ବାହାର କରିବାର ଯୋଜନା କରିଛି। ଏନେଇ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

Related Articles

Back to top button