Breaking NewsFeaturedରାଜନୀତି

ପରାଜୟ ପରେ କମାଣ୍ଡ ପରିବର୍ତ୍ତନ କଲା କଂଗ୍ରେସ । କମଲନାଥ ଆଉଟ, ଜିତୁ ଇନ୍ ।

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ପରାଜୟର ସମ୍ମୁଖୀନ ହୋଇଛି କଂଗ୍ରେସ । ଏନେଇ ଦଳରେ ଚାଲିଛି ଜୋରଦାର ମାନସମନ୍ଥନ । କାହିଁକି ହାରିଲା, କେଉଁ ପରିସ୍ଥିତିରେ ଫେଲ ମାରିଲା ଷ୍ଟ୍ରାଟେଜୀ, କାହିକିଁ କାମ ଦେଲାନି ରାହୁଲଙ୍କ ଗ୍ୟାରେଂଟି, ଏ ତମାମ ପ୍ରସଙ୍ଗକୁ ନେଇ କରାଯାଉଛି ବିଚାର ବିମର୍ଶ । ଆଉ ଏବେ ପରିବର୍ତନ ମୁହାଁ ହୋଇଛି ଦଳ । ପରାଜୟ ପରେ ଏବେ ସାଂଗଠନିକ ସ୍ତରରେ ଅଦଳବଦଳ କରିବା ଆରମ୍ଭ କରିଛି । ଏହି କ୍ରମରେ ମଧ୍ୟପ୍ରଦେଶରେ ତାର ନେତୃତ୍ୱ ପରିବର୍ତନ କରିଛି କଂଗ୍ରେସ । ପିସିସି ସଭାପତିଙ୍କୁ ପଦରୁ ହଟାଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ମଧ୍ୟପ୍ରଦେଶ କଂଗ୍ରେସ ମୁଖ୍ୟ ପଦରୁ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କୁ ଦଳ ବାହାରର ରାସ୍ତା ଦେଖାଇଛି। ତାଙ୍କ ଠାରୁ ରାଜ୍ୟ ମୁଖିଆ ପଦ ନେଇ ଅନ୍ୟତମ ବରିଷ୍ଠ ନେତା ଜିତୁ ପଟୱାରୀଙ୍କୁ ଦେଇଛି। ଜିତୁ ପଟୱାରୀ ଏବେ ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ଭାବେ କାମ କରିବେ।

ଏହା ବ୍ୟତୀତ ଉମାଙ୍ଗ ସିଙ୍ଗରଙ୍କୁ ନୂତନ କଂଗ୍ରେସ ବିଧାନସଭା ପାର୍ଟି (ସିଏଲପି) ଭାବରେ ନିଯୁକ୍ତ କରାଯାଇଛି । ଏବଂ ହେମନ୍ତ କାଟାରେ ମଧ୍ୟପ୍ରଦେଶର ନୂତନ ଡେପୁଟି ନେତା ଭାବରେ ଦାୟିତ୍ ଦିଆଯାଇଛି । ଏଟାରେ କହିରଖୁଛୁ ଯେ, ୪୯ ବର୍ଷୀୟ ପଟୱାରୀ ରାଉ ସିଟରୁ ବିଧାୟକ ହୋଇଥିଲେ। ନିର୍ବାଚନ ବେଳେ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ସେ ଦାୟିତ୍ୱ ନିର୍ବାହ କରିଥିଲେ। ୨୦୧୮ରେ ସେ କମଲନାଥ ସରକାରରେ ଉଚ୍ଚ ଶିକ୍ଷା, ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରୀ ହୋଇଥିଲେ। କମଲନାଥ ମଧ୍ୟପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହେବା ପରେ ପଟୱାରୀ କାର୍ୟ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଥିଲେ। ତେବେ ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାନରେ ପଟୱାରୀ ବିଜେପି ପ୍ରାର୍ଥୀ ମଧୁ ବର୍ମାଙ୍କ ଠାରୁ ରାଉ ଆସନରେ ହାରି ଯାଇଥିଲେ। କିନ୍ତୁ ଏବେ ତାଙ୍କୁ ରାଜ୍ୟ କମାଣ ଦେଇଛି କଂଗ୍ରେସ । ଆଗକୁ ଲୋକସଭା ନିର୍ବାଚନ ଥିବାରୁ କଂଗ୍ରେସ ମଧ୍ୟପ୍ରଦେଶରେ ନୂଆ ଆରମ୍ଭ କରିବା ମୁଡରେ ରହିଛି। ସେଥିପାଇଁ କମଲନାଥଙ୍କ ବଦଳରେ ପଟୱାରୀଙ୍କୁ ଦାୟିତ୍ୱ ଦେଇଥିବା କୁହାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com