ରାଜନୀତି
ମହେଶ କୁମାଓ୍ୱତକୁ ରିମାଣ୍ଡରେ ନେଇଛି ପୁଲିସ
ସଂସଦ ସୁରକ୍ଷାରେ ତ୍ରୁଟି ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ମହେଶ କୁମାଓ୍ୱତକୁ ରିମାଣ୍ଡରେ ନେଇଛି ପୁଲିସ। ମାଷ୍ଟରମାଇଣ୍ଡ ଲଳିତ ଝା’ର ସମ୍ପର୍କୀୟ ଭାଇ କୁହାଯାଉଥିବା ମହେଶକୁ ଦିଲ୍ଲୀ ସ୍ପେଶାଲ ସେଲ୍ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ।
ଗିରଫ ପରେ ମହେଶକୁ ପୁଲିସ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର କରିଥିଲା। ଏଠାରେ ପୁଲିସ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲା।