ଅନ୍ତର୍ଜାତୀୟବିଜ୍ଞାନ ଓ ପ୍ରଯୁକ୍ତି

ୟୁକ୍ରେନକୁ ଆମେରିକାର ଝଟକା: ମିଗ୍-୨୯ ଫାଇଟର୍ ଜେଟ୍ ଦେବାକୁ ମନା କରିଦେଲେ ବାଇଡେନ୍ ସରକାର

ୱାଶିଂଟନ୍ : ରୁଷ ଓ ୟୁକ୍ରେନ ମଧ୍ୟରେ ୧୫ ଦିନ ଧରି ଯୁଦ୍ଧ ଲାଗିରହିଛି । ୟୁକ୍ରେନ ବର୍ତ୍ତମାନ ମାଟିରେ ମିଶିବା ପରିସ୍ଥିତିରେ ଆସି ପହଞ୍ଚିଛି । ଏହା ଭିତରେ ୟୁକ୍ରେନକୁ ଆମେରିକା ଏକ ବଡ଼ ଝଟକା ଦେଇଛି । ଏହି କ୍ରମରେ ପୋଲାଣ୍ଡର ୨୮ ମିଗ୍-୨୯ ଫାଇଟର୍ ଜେଟ୍ ଦେବା ଅଫର୍ କୁ ମନା କରିଦେଇଛି । ଆମେରିକୀ ପ୍ରତିରକ୍ଷା ମନ୍ତ୍ରାଳୟ ପୋଲାଣ୍ଡ୍ ର ମିଗ୍-୨୯ ଫାଇଟର୍ ଜେଟ୍ କୁ ଜର୍ମାନୀରେ ଆମେରିକା ବାୟୁସେନା ଆଡ୍ଡାକୁ ଟ୍ରାନ୍ସଫର୍ କରିବା ପ୍ରସ୍ତାବକୁ ଖାରଜ କରିଦେଇଛି ।
ଆମେରିକା ଏହି ପ୍ରସ୍ତାବକୁ ଏକ ଏପରି ସମୟରେ ଖାରଜ କରିଛି ଯେତେବେଳେ କି ୟୁକ୍ରେନ ଓ ରୁଷ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ରୁଷୀ ସେନା ୟୁକ୍ରେନ ରାଜଧାନୀକୁ ଚାରିପଟରୁ ଘେରି ଯାଇଛନ୍ତି ସେମାନେ ଆଉ ମାତ୍ର କିଛି କିଲୋମିଟର୍ ଦୂରରେ ରହିଛନ୍ତି । ରୁଷ ସହିତ ଲଢ଼େଇ କରିବା ପାଇଁ ରାଷ୍ଟ୍ରପତି ଜେଲେନସ୍କି ଲଗାତର ଭାବରେ ପଶ୍ଚିମୀ ଦେଶ ଗୁଡିକୁ ଫାଇଟର୍ ଜେଟ୍ ଦେବା ପାଇଁ ଅପିଲ୍ କରୁଛନ୍ତି ।
ପେଣ୍ଟାଗନ୍ ର ପ୍ରବକ୍ତା ଜନ୍ କିର୍ବୀ ବୁଧବାର ଦିନ ମିଡିଆ କୁ ସମ୍ବୋଧିତ କରି କହିଛନ୍ତି ଯେ, ପୋଲାଣ୍ଡର ପ୍ରସ୍ତାବକୁ ସ୍ୱୀକାର କରିବାରେ ଆମେରିକା ଅସମର୍ଥ । ପୋଲାଣ୍ଡ୍ ପ୍ରସ୍ତାବ ଦେଇଥିଲା ଯେ, ଏହି ଫାଇଟର୍ ଜେଟ୍ ଗୁଡ଼ିକୁ ଆମେରିକାର ରାମଷ୍ଟେନ୍ ଏୟାରବେସ୍ କୁ ଟ୍ରାନ୍ସଫର୍ କରିଦିଆଯାଉ । ଏହାପରେ ସେଠାରୁ ରୁଷ ବିରୋଧରେ ଲଢ଼େଇ କରିବା ନିମନ୍ତେ ଜେଟ୍ ଗୁଡ଼ିକୁ ୟୁକ୍ରେନକୁ ପଠାଯାଉ । କିର୍ବୀ କହିଛନ୍ତି ଯେ, ଯଦି ଏହି ବିମାନ ଗୁଡ଼ିକୁ ଜର୍ମାନୀ ରୁ ୟୁକ୍ରେନ କୁ ପଠାଯିବ ତାହେଲେ ଏହା ନାଟୋ ସହଯୋଗୀ ଦଳ ପାଇଁ ଗମ୍ଭର ଚିନ୍ତାର ବିଷୟ ହୋଇଯିବ । ବର୍ତ୍ତମାନ ରୁଷୀ ଫାଇଟର୍ ଜେଟ୍ ୟୁକ୍ରେନ ଆକାଶରେ ଡେରା ପକାଇଛି ଓ ବିଭିନ୍ନ ସହରକୁ ଧ୍ୱଂସ କରିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com