ଓଡ଼ିଶା

ଓଡ଼ିଶାର ଉପାନ୍ତରେ ଥିବା ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ

ଓଡ଼ିଶାର ଉପାନ୍ତରେ ଥିବା ମାଲକାନଗିରି ଜିଲ୍ଲାକୁ ଉଡ଼ିବ ବିମାନ । ଆସନ୍ତା ଜାନୁଆରୀ ମାସରୁ ମାଲକାନଗିରି ବିମାନ ବନ୍ଦରରୁ ନନ୍ ସିଡ୍ୟୁଲ ବିମାନ ଚଳାଚଳ ଆରମ୍ଭ ହେବା ସମ୍ଭାବନା ରହିଛି ।

ଆରସିଏସ୍ ଉଡ଼ାନ ଯୋଜନାରେ ସାମିଲ ଏହି ବିମାନ ବନ୍ଦରରେ ୧୫୦୦ ମିଟର୍ ରନୱେ ଥିବାରୁ ଏଠାରେ ୨୦ ଆସନ ବିଶିଷ୍ଟ ବିମାନ ଚଳଚାଳ ଆରମ୍ଭ କରିବ । ଏହାପରେ ବଡ଼ ବିମାନ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ।

ଏହି ବିମାନ ବନ୍ଦରକୁ କ୍ୟାଟେଗୋରୀ-୨ ବର୍ଗର ଏୟାରପୋର୍ଟ କରାଯିବ । ସୂଚନା ଅନୁସାରେ, କିଛି ଦିନ ପୂର୍ବେ ରାଜ୍ୟ ପରିବହନ ବିଭାଗ ଏବଂ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆର ବରିଷ୍ଠ କର୍ତ୍ତୃପକ୍ଷ ମାଲକାନଗିରି ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଚଳିତ ମାସ ପୁନର୍ବାର ଏହି ଟିମ୍ ପ୍ରକଳ୍ପ ସ୍ଥାନ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ସମ୍ପ୍ରସାରଣ ସହିତ ଟର୍ମିନାଲ ବିଲଡିଂ, ଫାୟାର ଷ୍ଟେସନ୍ ଆଦି ନିର୍ମାଣ ହୋଇଛି ।

ଚଳିତ ବର୍ଷ ମେ’ ମାସରେ ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍ ମାଲକାନଗିରି ଗସ୍ତ ସମୟରେ କୋଟେଲଗୁଡ଼ାଠାରେ ଥିବା ଏହି ବିମାନ ବନ୍ଦରର ସମ୍ପ୍ରସାରଣ କାର୍ୟ୍ୟ ଅନୁଧ୍ୟାନ କରିବା ସହିତ ଡିସେମ୍ବର ମାସ ସୁଦ୍ଧା କାମ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରଥମ ପର୍ୟ୍ୟାୟରେ ନନ୍ ସିଡ୍ୟୁଲ ବିମାନ ଚଳାଚଳ ପାଇଁ ଯୋଜନା ଥିବାରୁ ଏବେ ଡିଜିସିଏର ଲାଇସେନ୍ସ ଆବଶ୍ୟକ ପଡ଼ିବ ନାହିଁ । ସମ୍ପ୍ରତି ଭୁବନେଶ୍ଵରରୁ ମାଲକାନଗିରି ମଧ୍ୟରେ ଛୋଟ ବିମାନ ଚଳାଚଳ ଆରମ୍ଭ ପାଇଁ ପରିବହନ ବିଭାଗ ବିଭିନ୍ନ ଏୟାରଲାଇନ୍ସ ସହିତ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com