Breaking NewsFeaturedରାଜନୀତି

ଚୁକ୍ତି ସ୍ୱାକ୍ଷର କଲେ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ, ଫକ୍ସନ କମ୍ପାନି ଖୋଲିବ ୟୁନିଟ୍‌, ଦେଖନ୍ତୁ

ନୂଆ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି । ଏବେ ରାଜ୍ୟର ବିକାଶ ପାଇଁ ପୂରା ରେଡି । ତେଲଙ୍ଗାନାରେ ଯୁବଗୋଷ୍ଠୀଙ୍କୁ ଲକ୍ଷେ ନିଯୁକ୍ତି ଦେବାକୁ ଏକ ବଡ଼ କମ୍ପାନି ସହ କରିଛନ୍ତି ଚୁକ୍ତି ସ୍ୱାକ୍ଷର । ଆଉ କହିଛନ୍ତି ଲୋକଙ୍କ ଆଶା-ଆଙ୍କାକ୍ଷା ରକ୍ଷା କରିବା ନୂଆ ସରକାରର ମୂଳ ଲକ୍ଷ୍ୟ- ବଡ଼ ଦାୟିତ୍ୱ । ଆଉ ସେଥିପାଇଁ ବିଶ୍ୱର ଅନ୍ୟତମ ଆଇଫୋନ୍ ନିର୍ମାଣକାରୀ ସଂସ୍ଥା ଫକ୍ସନର ହନ ହାଇ ପ୍ରେସିସନ୍ ଇଣ୍ଡଷ୍ଟ୍ରି ଲିମିଟେଡ୍ ର ଏକ ଟିମ୍ ସହିତ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି ଏକ ବଡ଼ ଚୁକ୍ତି ସ୍ୱାକ୍ଷର କରିଛନ୍ତି । କମ୍ପାନୀର ଉକ୍ତ ଟିମର ନେତୃତ୍ୱ ନେଉଛନ୍ତି ୱି ଲି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତେଲଙ୍ଗାନା ସରକାର ରାଜ୍ୟରେ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ତ୍ୱରିତ ବିକାଶ ଆଣିବା ପାଇଁ ଉଦ୍ୟମ କରୁଛନ୍ତି । ତେଣୁ ରାଜ୍ୟରେ ବିଭିନ୍ନ କମ୍ପାନୀର ୟୁନିଟ୍ ଖୋଲିବା ପାଇଁ ସମ୍ପୂର୍ଣ୍ଣ ସହଯୋଗ କରାଯିବ । ନୂଆ ଉଦ୍ୟୋଗ ବିକାଶ କ୍ଷେତ୍ରରେ କୌଣସି ସମସ୍ୟା ରହିବାକୁୀ ଦିଆଯିବନି, ଏଥି ପାଇଁ ସମସ୍ତ ପ୍ରକାର ପ୍ରଯତ୍ନ କରାଯାଉଛି ।

ଏହି କ୍ରମରେ ଫକ୍ସନ କମ୍ପାନୀ ଏକ ଲକ୍ଷ୍ୟ ନିଯୁକ୍ତି ଦେବା ପାଇଁ ତେଲଙ୍ଗାନା ସରକାରଙ୍କ ସହ ଚୁକ୍ତି ବୁଝାମଣା କରିଛି ଏବଂ ପ୍ରଥମ ପର୍ଯ୍ୟାୟରେ ଦୁଇ ବର୍ଷ ଭିତରେ ରାଜ୍ୟରେ ୨୫ ହଜାର ଏମ୍ପେ୍ଲାୟମେଣ୍ଟ ଦିଆଯିବ । ଏହି ଅବସରରେ ଉଦ୍ୟୋଗ ମନ୍ତ୍ରୀ ଡି ଶ୍ରୀଧର ବାବୁ ଏବଂ ମୁଖ୍ୟ ସଚିବ ଶାନ୍ତି କୁମାରୀଙ୍କ ସମେତ ଅନେକ ପଦାଧିକାରୀ ଉପସ୍ଥିତ ଥିଲେ । ବୈଠକ ପରେ ପରେ ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡି ଦିଲ୍ଲୀ ଗସ୍ତରେ ବାହାରି ଯାଇଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରୀୟ କଂଗ୍ରେସର ନେତୃମଣ୍ଡଳୀଙ୍କୁ ରେଭନ୍ଥ ଭେଟିବାର କାର୍ଯ୍ୟକ୍ରମ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com