ଅନ୍ତର୍ଜାତୀୟ
ହମାସ୍ ବିରୋଧରେ ଜାରି ରହିଥିବା ଇସ୍ରାଏଲ ଆକ୍ରମଣ ବେଳକୁ ବେଳ ଆହୁରି ଜୋରଦାର ହେବାରେ ଲାଗିଛି।

ହମାସ୍ ବିରୋଧରେ ଜାରି ରହିଥିବା ଇସ୍ରାଏଲ ଆକ୍ରମଣ ବେଳକୁ ବେଳ ଆହୁରି ଜୋରଦାର ହେବାରେ ଲାଗିଛି। ଇସ୍ରାଏଲ ସେନାର ଏୟାର ଷ୍ଟ୍ରାଇକ୍ରେ ଗୋଟିଏ ପରିବାରର ୭୬ ଜଣଙ୍କ ମୃତ୍ୟୁ ହୋଇଥିଲା।
ତେବେ ରବିବାର ଇସ୍ରାଏଲ ସେନାର ବୋମାମାଡ଼ରେ ଅନ୍ୟୂନ ୨୦୦ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। ଇସ୍ରାଏଲ ସେନା ପକ୍ଷରୁ କେନ୍ଦ୍ରୀୟ ଗାଜା ଏବଂ ଖାନ୍ ୟୁନୁସ୍ ସହରକୁ ଆକ୍ରମଣ କରାଯାଉଥିଲା ବେଳେ ଏଥିରେ ବହୁ ସଂଖ୍ୟାରେ ସାଧାରଣ ଲୋକଙ୍କ ମୃତ୍ୟୁ ହେବାରେ ଲାଗିଛି।