ଅନ୍ତର୍ଜାତୀୟଜାତୀୟ

ଋଷ ମିସାଇଲ ମାଡରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ, ବିଦେଶ ମନ୍ତ୍ରାଳୟର ସୂଚନା

ନୂଆଦିଲ୍ଲୀ : ୟୁକ୍ରେନ୍‌ ଏବଂ ଋଷ ମଧ୍ୟରେ ଜାରି ରହିଥିବା ଘମାଘୋଟ ଯୁଦ୍ଧ ଜାରି ରହିଛି । ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍‌ର ଖାରକିଭ୍‌ରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଋଷର ମିସାଇଲ ମାଡରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ନେଇ ଟ୍ବିଟ୍‌ କରି ସୂଚନା ଦେଇଛି ଭାରତୀୟ ବିଦେଶ ମନ୍ତ୍ରାଳୟ । ତେବେ ଛାତ୍ର ଜଣକ ଭାରତର କର୍ଣ୍ଣାଟକାର ବୋଲି ଜଣାପଡିଛି । ସେ ଆଜି ସକାଳେ ସଉଦା କିଣିବାକୁ ଗଭର୍ଣ୍ଣର ହାଉସ ନିକଟରେ ଥିବା ସୁପର ମାର୍କେଟରେ ଲାଇନରେ ଛିଡ଼ା ହୋଇଥିବା ବେଳେ ବୋମା ମାଡ଼ରେ ତାଙ୍କ ଜୀବନ ଯାଇଛି।

Related Articles

Back to top button