ଓଡ଼ିଶା

ଆଗେ ରାସ୍ତା ତାପରେ ଭୋଟ୍ , ଚେତାବନି ଦେଲେ ଗ୍ରାମ ବାସୀ

ନିଶ୍ଚିନ୍ତକୋଇଲି () ରାସ୍ତା ନାହିଁ ତ ଭୋଟ୍ ନାହିଁ । ଏଭଳି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଂଚଳବାସୀ ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ ପଂଚାୟତର ପାଇକରାପୁର ଗାଁ ଆଜାଦ୍ ବଜାରଠାରୁ ଡଅଁର ମୁହଁ କେନାଲ ବନ୍ଧର ରାସ୍ତା ଅବସ୍ଥା ପୁରା ବେହାଲ । ଏହି ରାସ୍ତା ଦେଇ ଏହି ପଂଚାୟତର ୮ ନମ୍ବର ଓ୍ବାର୍ଡର ପାଖାପାଖି ୩୦୦ରୁ ୪୦୦ଲୋକ ଏବଂ ଏହି କେନାଲ ବନ୍ଧ ରାସ୍ତା ଦେଇ ପ୍ରତ୍ୟେକ ଦିନ ୫ଟି ପଂଚାୟତର ଲୋକେ ଯିବାଆସିବା କରନ୍ତି । ଦୀର୍ଘ ବର୍ଷରୁ ଏହି ରାସ୍ତାରେ ମାଟି ମୁଠାଏ ପଡ଼ି ନଥିବାରୁ ଏହି ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବାରମ୍ବାର ସ୍ଥାନୀୟ ବାସିନ୍ଦା ପ୍ରଶାସନକୁ ଜଣାଇଥିଲେ ମଧ୍ୟ ଫଳ ଶୂନ । ତେଣୁ ଏବେ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ୮ ନମ୍ବର ଓ୍ବାର୍ଡ ବାସିନ୍ଦା ।

Related Articles

Back to top button
WP Twitter Auto Publish Powered By : XYZScripts.com