ଓଡ଼ିଶା

ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଏପ୍ରିଲ ୩୦ ସୁଦ୍ଧା ଶେଷ ହେବ

ଆସନ୍ତା ଏପ୍ରିଲ ୩୦ ସୁଦ୍ଧା ଶ୍ରୀମନ୍ଦିର ନାଟମଣ୍ଡପ ଓ ଜଗମୋହନ ମରାମତି କାର୍ଯ୍ୟ ଶେଷ ହେବ। ଏନେଇ ଗୁରୁବାର ହାଇକୋର୍ଟଙ୍କୁ ଆମିକସ୍‌‌ କ୍ୟୁରି ଏନ୍‌‌.କେ ମହାନ୍ତି ଅବଗତ କରାଇଛନ୍ତି। ମରାମତି ପାଇଁ ୧୦ ତାରିଖରେ ବିମ୍ ଡିଜାଇନ୍ ମଧ୍ୟ ଚୂଡ଼ାନ୍ତ ହୋଇଥିବା ଆମିକସ୍ କ୍ୟୁରି କହିଛନ୍ତି । ହାଇକୋର୍ଟ ଏନେଇ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ସପ୍ତାହରେ ମାମଲାର ପରବର୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି। ଆମିକସ୍ କ୍ୟୁରି ନାଟମଣ୍ଡପ ମରାମତି କାମ ଜାରି ରହିଥିବା ନେଇ କୋର୍ଟଙ୍କୁ ଅବଗତ କରାଇଛନ୍ତି । ଏଏସଆଇର ମରାମତି କାମ ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟ ଆମିକସ୍ କ୍ୟୁରିଙ୍କୁ ନିଯୁକ୍ତ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com