Breaking NewsFeaturedରାଜନୀତି

ମୋ ବାପାଙ୍କ ସ୍ୱପ୍ନ ଥିଲା, ରାହୁଲ ହୁଅନ୍ତୁ ପ୍ରଧାନମନ୍ତ୍ରୀ: ୱାଇଏସ ଶର୍ମିଳା

ମୋ ବାପାଙ୍କ ସ୍ୱପ୍ନ ଥିଲା, ରାହୁଲ ପ୍ରଧାନମନ୍ତ୍ରୀ ହୁଅନ୍ତୁ । ଏମିତି କିଛି ବୟାନ ଦେବା ସହ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଭଉଣୀ ୱାଇଏସ ଶର୍ମିଳା ଗୁରୁବାର ହାତ ଧରିଛନ୍ତି । କଂଗଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏବଂ ସାଂସଦ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ବିଲୟ ଘଟିଛି ୱାଇଏସଆର ତାଲଙ୍ଗାନା । ଆଉ ଖୋଦ ଶର୍ମିଳା ଏହି ଘୋଷଣା କରିଛନ୍ତି ।

ଏଠାରେ କହିରଖୁଛୁ ଯେ, ତେଲଙ୍ଗାନା ବିଧାନସଭାରେ କଂଗ୍ରେସର ବିପୁଳ ବିଜୟୀ ପରେ ଏଭଳି ନିଷ୍ପତି ନେଇଛନ୍ତି ୱାଇଏସ ଶର୍ମିଳା । କଂଗ୍ରେସର ଏହି ସଫଳତାର କିଛି ଦିନ ପରେ ଶର୍ମିଳାଙ୍କ ଦଳ ଓ୍ବାଇଏସଆର ତେଲଙ୍ଗାନା, କଂଗ୍ରେସ ସହ ଆଜି ସାମିଲ ହୋଇଛି । କହିବାକୁ ଗଲେ ଚଳିତ ବର୍ଷ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାର ଅଛି। ତା’ସହିତ ଏଥର ଲୋକସଭା ନିର୍ବାଚନ ମଧ୍ୟ ହେବ। ତା ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ନିଜ ସ୍ଥିତିକୁ ସଜାଡ଼ିବାକୁ ଚାହୁଁଛି କଂଗ୍ରେସ । ଶର୍ମିଲା କଂଗ୍ରେସରେ ମିଶିବା ପରେ ଦଳ ତାଙ୍କୁ ଆନ୍ଧ୍ର ପ୍ରଦେଶରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେବାକୁ ଚିନ୍ତା କରୁଛି।

ଆନ୍ଧ୍ର ପ୍ରଦେଶର ମୁଖ୍ୟ ବିରୋଧୀ ତେଲୁଗୁ ଦେଶମ ପାର୍ଟି (ଞଊଚ) ଲୋକଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ସଂଘର୍ଷ କରୁଥିବା ବେଳେ କଂଗ୍ରେସ ଏହାର ଫାଇଦା ନେବାକୁ ଯୋଜନା କରୁଛି। ତେବେ ଏଭଳି ସ୍ଥିତିରେ ଭାଇ ଜଗନ ମୋହନ ରେଡ୍ଡୀଙ୍କ ଆଭିମୁଖ୍ୟ କଣ ରହୁଛି ତାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ରାଜନୈତିକ ବିଶାରଦ । କାରଣ ଜଗନ କେଉଁ ଦଳକୁ ଢଳିବେ ବିଜେପି ନା କଂଗ୍ରେସ ସହ ମିଶି ଆଇଏନଡିଆଇଏରେ ସାମିଲ ହେବେ ତାକୁ ନେଇ ଚର୍ଚ୍ଚା ହେଉଥିଲା । ଆଉ ଏବେ ଭଉଣୀ ଶର୍ମିଳା ହାତ ଧରିବା ପରେ କଣ କରିବେ ଜଗନ, ତା ଉପରେ ରହିଛି ସମସ୍ତଙ୍କ ନଜର ।

Related Articles

Back to top button
WP Twitter Auto Publish Powered By : XYZScripts.com