ରାଜନୀତି

ଶ୍ୱାତି ମାଲିୱାଲଙ୍କୁ ଆମ ଆଦମୀ ପାର୍ଟି ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନିତ କରିଛି

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ୱାତି ମାଲିୱାଲଙ୍କୁ ଆମ ଆଦମୀ ପାର୍ଟି(ଆପ୍) ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଭାବେ ମନୋନିତ କରିଛି । ଶ୍ୱାତି ପ୍ରଥମ ଥର ପାଇଁ ରାଜ୍ୟସଭା ସଦସ୍ୟ ହେବେ ।

ସେହିପରି ଦଳର ରାଜ୍ୟସଭା ସାଂସଦ ଏନ୍ଡ଼ି ଗୁପ୍ତା ଏବଂ ସଂଜୟ ସିଂଙ୍କୁ ପୁଣି ଥରେ ରାଜ୍ୟସଭା ସାଂସଦ ଭାବେ ଚୟନ କରାଯାଇଛି । ଆମ ଆଦମୀ ପାର୍ଟିର ପଲିଟିକାଲ ଆଫେୟାର୍ସ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ସଂଜୟ ସିଂ ବର୍ତ୍ତମାନ ଦିଲ୍ଲୀ ମଦ ସ୍କାମ୍ ମାମଲାରେ ଜେଲରେ ଅଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com