Breaking NewsFeaturedରାଜନୀତି

Karanpur Election Result: Rupinder Singhଙ୍କ ବିଜୟ, Sachin Pilotଙ୍କ ଓଜସ୍ୱୀ ଭାଷଣ ଦେଲା Congressକୁ ବଡ଼ ବିଜୟ

ସରିଲା ନିର୍ବାଚନ । ରହିଗଲା ଗୋଟିଏ ଆସନ । ରାଜସ୍ଥାନର କରଣପୁର ବିଧାନସଭା କ୍ଷେତ୍ରରେ ଏଇ ସଜସଜ ସରିଲା ଉପନିର୍ବାଚନ । ତେବେ ସବୁଠୁ ଚମକାଇଦେବା ଭଳି କଥା ହେଉଛି, ବହୁ ଜନମତ ପାଇ ବିଜେପି ରାଜସ୍ଥାନରେ ସରକାର ଗଢ଼ିସାରିଥିବାବେଳେ ଏହି ଉପନିର୍ବାଚନରେ ମାଟି କାମୁଡ଼ିଛି । ପରିସ୍ଥିତି ଏପରି ହୋଇଛି ଯେ ୧୦ ଦିନ ତଳେ ମନ୍ତ୍ରୀପଦ ପାଇଥିବା ନେତା ଏହି ନିର୍ବାଚନ ହାରିଯାଇଛନ୍ତି । ତେବେ କଂଗ୍ରେସର ଏହି ବଡ଼ ବିଜୟ ପଛର ରହସ୍ୟ କଣ? ଅଳ୍ପଦିନ ବ୍ୟବଧାନରେ କେମିତି ଜନମତ ନିଜ ଆଡ଼କୁ ଆଣିପାରିଲା କଂଗ୍ରେସ? ଆଉ ଏସବୁର ଉତ୍ତର ହେଉଛି- ସଚିନ ପାଇଲଟ୍ । ଅର୍ଥାତ୍ କଂଗ୍ରେସର ବିଜୟ ପଛରେ ସଚିନଙ୍କ ଓଜସ୍ୱିନୀ ଭାଷଣ ହିଁ ମନ୍ତ୍ର ଭଳି କାମ କରିପାରିଛି ।

ସରକାରରେ ଯିଏ ବି ଥାଉ କିନ୍ତୁ ଏହି ବିଧାନସଭା କ୍ଷେତ୍ରର ବିକାଶରେ କୌଣସି ଅବହେଳା କରାଯିବନି । ଆପଣମାନେ ଏହି ଘଡ଼ିସନ୍ଧି ବେଳାରେ ଆଶୀର୍ବାଦ କରନ୍ତୁ । ଆପଣଙ୍କୁ କଥା ଦେଉଛି, ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ପୁଅ-ପୁତୁରା ଭଳି… ନିଜ ଆତ୍ମୀୟ ଜନ ଭଳି ରୁପି ଆପଣମାନଙ୍କ ସେବା କରିବ ।… ଏଭଳି କିଛି ହୃଦୟକୁ ଛୁଇଁବା ଭଳି ସଚିନଙ୍କ କଥା ଲୋକଙ୍କୁ ମନ୍ତ୍ରମୁଗ୍ଧ କରିପାରିଲା । ଫଳରେ ସଚିନଙ୍କ କଥା ରଖି ଲୋକେ ପିତାଙ୍କୁ ହରାଇଥିବା କଂଗ୍ରେସ ପ୍ରାର୍ଥୀ ରୁପିନ୍ଦର ସିଂହଙ୍କୁ ବହୁମତ ଦେଇଛନ୍ତି । ଦେଖନ୍ତୁ ସଚିନ, ତାଙ୍କ ଭାଷଣରେ ଆଉ କଣ କହିଥିଲେ:

 

ଏଠାରେ କହିରଖୁଛୁ ଯେ, ୨୦୨୩ ରାଜସ୍ଥାନର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୁରମିତ ସିଂ କୁନରଙ୍କ ଦେହାନ୍ତ ହୋଇଥିଲା । ଯେଉଁଥିପାଇଁ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ଏବଂ ଏହି ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାରରେ ମନ୍ତ୍ରୀ ଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି । ଗତ ନିର୍ବାଚନରେ ମୋଟ ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୯ ଆସନରେ ବିଜୟୀ ହୋଇଥିଲା । ଏବେ ଗୁରମିତ ବିଜୟ ହେବା ପରେ ଏହି ସଂଖ୍ୟା ୭୦ରେ ପହଞ୍ଚିଛି ।

ସେଯାହା ହେଉ, ସବୁଠୁ ବଡ଼ କଥା ହେଲା- କଂଗ୍ରେସର ଏହି ବିଜୟ ପୁରା ସ୍ପଷ୍ଟ କରିଦେଲା ଯେ, ଯଦି ରାଜସ୍ଥାନରେ ଅଶୋକ ଗେହଲଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଅନ୍ତଃ ବିବାଦ ରହିନଥାନ୍ତା ଏବଂ ସଚିନ ନିର୍ବାଚନ ପାଇଁ ପ୍ରଥମରୁ ଫୁଲ୍ ଦମରେ ଲାଗିପଡ଼ନ୍ତେ, ତେବେ ନିଶ୍ଚିତ ଭାବେ କଂଗ୍ରେସର ପଲା ଭାରୀ ହୋଇପାରନ୍ତା । କିନ୍ତୁ ଗେହଲଟ ନିଜ ଜିଦ୍‌ରେ ଅଟଳ ରହିବା ପରେ ସଚିନ ଶେଷ ପର୍ଯ୍ୟନ୍ତ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇନଥିଲେ । ଯାହାର ଫାଇଦା ବିଜେପି ମାରିନେଲା ବୋଲି ରାଜନୀତିକ ବିଶାରଦମାନେ ଆଗରୁ ମତ ଦେଇସାରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com