ଅନ୍ତର୍ଜାତୀୟ

ଇସ୍ରାଏଲ ସେନା ଏବେ ଗାଜା ଉପରେ ବିଶ୍ୱର ପ୍ରଥମ ଏଆଇ ଆକ୍ରମଣ କରିବାକୁ ଯାଉଛନ୍ତି

ଇସ୍ରାଏଲ ସେନା ଏବେ ଗାଜା ଉପରେ ବିଶ୍ୱର ପ୍ରଥମ ଏଆଇ ଆକ୍ରମଣ କରିବାକୁ ଯାଉଛନ୍ତି । ଏହି ଏଆଇ ଆକ୍ରମଣ ଦ୍ୱାରା ଇସ୍ରାଏଲ ସେନା ଏକ ସଙ୍ଗେ ହମାସର ୧୦୦ ଗଡକୁ ଧ୍ୱଂସ କରିବେ । ଗତ ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଇସ୍ରାଏଲ ସେନାର ଆକ୍ରମଣରେ ଏ ପର୍ଯ୍ୟନ୍ତ ଗାଜାରେ ୧୭,୭୦୦ରୁ ଅଧିକ ଲୋକ ମରିସାରିଲେଣି ଓ ହଜାର ହଜାର ଲୋକ ଆହତ ହୋଇଛନ୍ତି । ଏହାରି ମଧ୍ୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ଏଆଇ ଆଧାରିତ ଆକ୍ରମଣ ଯୋଜନା ପ୍ରସ୍ତୁତ କରି ପୁରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଦୁନିଆର ପ୍ରଥମ ଏଆଇ ମାମଲା ଯେ କେତେ ଘାତକ ହେବ ଏହା ଚିନ୍ତା କରି ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ଗତ ସପ୍ତାହରେ ଏକ ଖବର ଆସିଥିଲା କି ଇସ୍ରାଏଲ ସେନା(ଆଇଡିଏଫ୍‌) ଗାଜାରେ ହମାସ ବିରୁଦ୍ଧରେ ଲାଗି ରହିଥିବା ଯୁଦ୍ଧରେ ହବସୋରା ନାମକ କୃତ୍ରିମ ମେଧା(ଏଆଇ) ପ୍ରଣାଳୀ ବ୍ୟବହାର କରୁଛି । ଏହି ପ୍ରଣାଳୀର ଉପଯୋଗ ବମ୍ ବିସ୍ଫୋରଣ, ହମାସର ଚରମପନ୍ଥୀମାନଙ୍କ ଆଡ୍ଡା ବିଷୟରେ ସନ୍ଧାନ କରିବା ଓ ପୂର୍ବରୁ କେତେ ମୃତାହତ ହୋଇଛନ୍ତି ତାହାର ଆକଳନ କରିବା ଦିଗରେ କରାଯାଉଛି ।

ଏଆଇ ଯୁଦ୍ଧର ଚରିତ୍ରକୁ ବଦଳାଇ ଦେଇଥାଏ । ସେନାବାହିନୀ ନିଜ ସୈନିକଙ୍କ ପ୍ରଭାବ ବୃଦ୍ଧି ଲାଗି ଓ ସେମାନଙ୍କ ଜୀବନ ରକ୍ଷା ଲାଗି ଏହି ପ୍ରଣାଳୀର ଉପଯୋଗ କରିଥାନ୍ତି । ଏଆଇ ପ୍ରଣାଳୀ ସୈନିକଙ୍କୁ ଅଧିକ କୁଶଳୀ କରିଥାଏ ଓ ଏହାଦ୍ୱାରା ଯୁଦ୍ଧର ଗତି ଏବଂ ଭୟାବହତା ବଢିବାର ଆଶଙ୍କା ରହିଥାଏ ।

ଯୁଦ୍ଧର ସବୁ ସ୍ତରରେ ଏଆଇର ପ୍ରଭାବ ପଡିଥାଏ । ଗୁଇନ୍ଦା ଗତିବିଧି ଠାରୁ ଆରମ୍ଭ କରି ଘାତକ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଲାଗି ଏହାର ବ୍ୟବହାର ହେଉଛି । ଏହା ଜରିଆରେ ମାନବ ହସ୍ତକ୍ଷେପ ବିନା ଟାର୍ଗେଟ୍ କରି ଆକ୍ରମଣ କରାଯାଇପାରିବ । ଆଇଡିଏଫର ହବସୋରା ପ୍ରଣାଳୀ ବି ଏହିପରି କାମ କରୁଛି । ଏହି ପ୍ରଣାଳୀରେ ଯୁଦ୍ଧ ବଢୁଥିବା ପରିସ୍ଥିତିରେ କାହାର ଯୋଜନାକୁ ବୁଝିବା କଷ୍ଟକର ହୋଇଯାଇଥାଏ । ଏହି ପ୍ରଣାଳୀରେ କୌଣସି ସୀମା ସ୍ପଷ୍ଟ ହୋଇପାରେ ନାହିଁ ।

ଆଇଡିଏଫର ଜଣେ ପୂର୍ବତନ ସେନା କହିଛନ୍ତି ମାନବ ଗୁଇନ୍ଦା ବିଶ୍ଲେଷକ ଜରିଆରେ ପ୍ରତିବର୍ଷ ଗାଜାରେ ବମ୍ ବିସ୍ଫୋରଣ ଲାଗି ୫୦ ସ୍ଥାନକୁ ଟାର୍ଗେଟ କରାଯାଇପାରେ କିନ୍ତୁ ଏଆଇ ପ୍ରଣାଳୀ ଗୋଟିଏ ଦିନରେ ୧୦୦ ଲକ୍ଷ୍ୟ ଭେଦ କରିପାରିବ । ଏଆଇ ପ୍ରଣାଳୀ ଅଧିକ ସୁବିଧାଜନକ ଉପାୟରେ ସେନାକୁ ସହଯୋଗ କରିଥାଏ । ଏଥିରେ ସୈନିକଙ୍କ ଲାଗି ବିପଦ କମ୍ ରହିଥାଏ । କିନ୍ତୁ ଏଆଇ ମାଧ୍ୟମରେ ମିଳିଥିବା କୌଣସି ସୂଚନା ଭୁଲ୍ ଥିଲେ ଏହାର ବିପରୀତ ପରିଣାମ ଭୋଗିବାକୁ ପଡିଥାଏ । ଏଣୁ ଏହାକୁ ବ୍ୟବହାର କରିବାକୁ ଅଧିକ ସାବଧାନତା ଅବଲମ୍ବନ କରାଯିବା ଉଚିତ ।

Related Articles

Back to top button
WP Twitter Auto Publish Powered By : XYZScripts.com