ଓଡ଼ିଶା

ବର୍ଷାଙ୍କ ଏତଲା ପରେ ଡିସିପିଙ୍କ ପ୍ରତିକ୍ରିୟା, କହିଲେ ଅଭିଯୋଗର ଚାଲିଛି ତର୍ଜମା

କଟକ: ବହୁ ଚର୍ଚ୍ଚିତ ଷ୍ଟାର ଦମ୍ପତ୍ତି ଅନୁଭବ-ବର୍ଷା ବିବାଦ ମାମଲା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି । ଗତକାଲି ପୁରିଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀଙ୍କ ଲିଖିତ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି କଟକ ଡିସିପି ପିନାକ ମିଶ୍ର । ସେ କହିଛନ୍ତି ଏତଲାରେ ଥିବା ଅଭିଯୋଗଗୁଡିକର ତର୍ଜମା କରାଯାଉଛି ।

ପୂର୍ବରୁ ସମାନ ପ୍ରକାର ଅଭିଯୋଗ ହୋଇଛି କି ନାହିଁ ତାର ଅନୁଧ୍ୟାନ କରାଯିବ। ଲିଖିତ ଅଭିଯୋଗରେ କଗନିଯିବୁଲ ବା ଦୋସାବହ ବିଷୟ ସାମ୍ନାକୁ ଆସିଲେ ସେହି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ । ଏବେ ସେ ନେଇ କିଛି କହିବା ଅନୁଚିତ । ପୂର୍ବରୁ ମଧ୍ୟ ବର୍ଷା କରିଥିବା ଅଭିଯୋଗଗୁଡିକୁ ଆମେ ଗୁରୁତର ସହ ନେଇଛୁ । ସେ ସବୁ ଘଟଣାର ତଦନ୍ତ ଚାଲିଛି । ଗତକାଲି ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବର୍ଷା ।

ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି । ମିଡିଆ ମାଧ୍ୟମରେ ଚରିତ୍ର ସଂହାର କରି ତାଙ୍କ ବିରୋଧରେ ଷଡଯନ୍ତ୍ର କରୁଛନ୍ତି । ଭିତ୍ତିହୀନ କାହାଣୀ ସଜେଇ ସମାଜରେ ମର୍ଯ୍ୟାଦାର ସହିତ ବଞ୍ଚିବାର ଅଧିକାରୀ ଛଡାଇ ନେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com